କଟକରେ ପୁଣି ବନ୍ଧୁକ ରାକେଟ୍ ଠାବ, ୪ ଗିରଫ, ୧୧ ବନ୍ଧୁକ ଜବତ

ଭୁବନେଶ୍ୱର- କଟକରେ ପୁଣି ବନ୍ଧୁକ ରାକେଟ ଠାବ ହୋଇଛି । କମିଶନରେଟ ପୋଲିସ ବନ୍ଧୁକ ରାକେଟରେ ସଂପୃକ୍ତ ୪ ଜଣ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୧ଟି ବନ୍ଧୁକ ସହ ୫୧ ରାଉଣ୍ଡ ଗୁଳି ଜବତ କରାଯାଇଛି । ଡି- ବ୍ରଦର୍ସ ସହଯୋଗୀ ଟୁକୁନା ସ୍ୱାଇଁକୁ ଜେରା କରାବେଳେ ବନ୍ଧୁକ ରାକେଟ ବିଷୟରେ ଜଣାପଡିଥିଲା ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାଁରେ ଆଗରୁ ବହୁ ଅପରାଧିକ ମାମଲା ରହିଛି । କଟକରେ ଗତ ତିନି ମାସରେ ୪୩ଟି ବନ୍ଧୁକ ଓ ୨୨୫ଟି ଗୁଳି ଜବତ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

Comments are closed.