ଟିକାକରଣରେ ଭାରତର ନୂଆ ରେକର୍ଡ, ଦିନକରେ ଦିଆଗଲା ୮୬ ଲକ୍ଷ ଟିକା

ନୂଆଦିଲ୍ଲୀ: ନୂଆ ଟିକା ନୀତି ଲାଗୁ ହେବା ପରେ ଭାରତରେ କରୋନା ବିରୋଧୀ ଟିକାକରଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଜୁନ୍ ୨୧ ଠାରୁ ନୂଆ ଟିକା ନୀତି ଲାଗୁ ହୋଇଛି । ନୂଆ ଟିକା ନୀତି ଅନୁସାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କୁ ମାଗଣା ଟିକା ଲଗାଯିବା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ହିଁ ରେକର୍ଡ ୮୬ ଲକ୍ଷ ୧୬ ହଜାର ଟିକା ଡୋଜ୍ ଦିଆଯାଇଛି । କେବଳ ମଧ୍ୟ ପ୍ରଦେଶରେ ହିଁ ଗତକାଲି ୧୩ ଲକ୍ଷ ୭୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ସୂଚନା ମୁତାବକ ଟିକାକରଣ ନେଇ ସଂଶୋଧିତ ଗାଇଡ୍ ଲାଇନ୍ ଜାରି ହେବାର ପ୍ରଥମ ଦିନରେ ଟିକାକରଣ ଅଭିଯାନ ତ୍ୱରାନ୍ୱିତ ହୋଇଛି । ସୋମବାର ୮୬,୧୬,୩୭୩ ଡୋଜ୍ ଟିକା ଦିଆଯାଇଛି । ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହେବା ପରଠାରୁ ଏତେ ସଂଖ୍ୟାରେ ଟିକା କେବେ ଦିଆଯାଇନଥିଲା । ଏହା ପୂର୍ବରୁ ଏପ୍ରିଲ ୨ରେ ମୋଟ ୪୨ ଲକ୍ଷ ୬୧ ହଜାର ଟିକା ଦିଆଯାଇଥିଲା ।

Comments are closed.