ଏ ବର୍ଷ ବି ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦ ପ୍ରତିଶତ ହ୍ରାସ ପାଇବ

ଭୁବନେଶ୍ୱର- ଏ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦ ପ୍ରତିଶତ ହ୍ରାସ କରାଯିବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । କିନ୍ତୁ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି । ଅନଲାଇନରେ ସ୍କୁଲ ପିଲାଙ୍କୁ ପାଠ ପଢାଯାଉଛି । ଅନଲାଇନ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଂଚିବା ସମ୍ଭବ ନୁହେଁ । ତେଣୁ ଏ ବର୍ଷ ବି ସିଲାବସ୍ ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି ।

Comments are closed.