ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ, ଆଜି ରାତିରୁ ସହରରେ ୧୪୪ ଧାରା

ପୁରୀ – ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସ୍ନାନପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସକାଳ ସାଢେ ୭ଟାରୁ ଜଳଲାଗି ହେବ । ସ୍ନାନପୂର୍ଣ୍ଣିମାରେ ନିୟୋଜିତ ହେଉଥିବା ୯୦ ପ୍ରତିଶତ ସେବାୟତ ଓ କର୍ମଚାରୀଙ୍କ ଆରଟି-ପିସିଆର ରିପୋର୍ଟ ନେଗେଟିଭ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପାଳିଆ ସେବାୟତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାସ୍ ଦିଆଯାଇଛି । ରଥଯାତ୍ରା ପାଇଁ ସେବାୟତଙ୍କୁ ନୂଆ ପାସ୍ ଦିଆଯିବ । ଏଣେ କୋରୋନା ଦୃଷ୍ଟିରୁ ଏଥର ବି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ବିନା ଭକ୍ତରେ ହେବ । ସହରରେ ଆଜି ରାତି ୧୦ଟାରୁ ୧୪୪ ଧାରା ଜାରି କରାଯିବ । ଏହା ୨୫ ତାରିଖ ସକାଳ ଯାଏଁ ବଳବତ୍ତର ରହିବ ।

Comments are closed.