କୋରୋନାର ତୃତୀୟ ଲହରୀ ଆସିଲେ ଆଗୁଆ ଜଣାପଡିବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଦେଶରେ କୋରୋନାର ଦ୍ୱିତୀୟ ଲହରୀ ହ୍ରାସ ପାଇଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରୀକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି । ସମ୍ଭାବ୍ୟ ତୃତୀୟ ଲହରୀ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ମତ ରଖିଛନ୍ତି ।

ତୃତୀୟ ଲହରୀ ଆସିବା ନେଇ ଆଗୁଆ ଜଣାପଡିଯିବ । ଦ୍ୱିତୀୟ ଲହରୀ ମୁମ୍ବାଇ ଓ ଦିଲ୍ଲୀରେ ଆସିବା ପରେ ଓଡିଶାକୁ ଆସିଥିଲା । ତେଣୁ ତୃତୀୟ ଲହରୀ ବି ସେଭଳି ଜାଣିହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ତୃତୀୟ ଲହରୀ ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଟିକା ନେଇ ଆଇସିଏମଆର ପକ୍ଷରୁ କରାଯାଇଥିବା ଅଧ୍ୟୟନ ଉପରେ ବି ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର ।

ଡବଲ୍ ଡୋଜ୍ ପରେ ବି ୨୭୪ ସଂକ୍ରମିତ ହୋଇଥିବା ରିପୋର୍ଟକୁ ନେଇ ସେ କହିଛନ୍ତି ଯେ, ଟିକା ନେବା ଦ୍ୱାରା ସୁରକ୍ଷା ମିଳୁଛି । ରୋଗର ତୀବ୍ରତା ଅଧିକ ରହୁନାହିଁ । ଶରୀରରେ ଆଂଟିବଡି ବି ସୃଷ୍ଟି ହେଉଛି । ତଥାପି ଏହାର ଅନୁଧ୍ୟାନ ଚାଲିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.