କରୋନା ଅପଡେଟ୍‌: ଦେଶରେ ଆଉ ୫୧,୬୬୭ ସଂକ୍ରମିତ ଚିହ୍ନଟ, ୧୩୨୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳି ନାହିଁ । ଗତ ତିନି ଦିନ ଧରି ଦୈନିକ ସଂକ୍ରମଣ ୫୦ ହଜାର ଉପରେ ରହୁଛି । ମୃତ୍ୟୁ ସଂଖ୍ୟା ମଧ୍ୟ ହଜାରେ ତଳକୁ ଖସୁନାହିଁ । ଗତ ୨୪ ଘ ।ରେ ଦେଶରେ ଆଉ ୫୧,୬୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ଘାତକ ରୋଗରେ ପୁଣି ୧୩୨୯ ଲୋକଙ୍କ ମୃତ୍ୟୁ ହୋଇଛି । ଆଶ୍ୱସ୍ତିକର ବିଷୟ ହେଉଛି ଦୈନିକ ଆକ୍ରାନ୍ତ ତୁଳନାରେ ପୁଣିଥରେ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଗଲାଦିନରେ କୋଭିଡ୍‌-୧୯ରୁ ଆଉ ୬୪,୫୨୭ ରୋଗୀ ସୁସ୍ଥ ହୋଇଛନ୍ତି ।

ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି କୋଟି ୧ ଲକ୍ଷ ୩୪ ହଜାର ୪୪୫ରେ ପହ ିଛି । ଏଯାବତ୍ ଦେଶରେ ଏହି ରୋଗ ୩ ଲକ୍ଷ ୯୩ ହଜାର ୩୧୦ ଜଣ ଲୋକଙ୍କ ଜୀବନ ନେଇଛି । ମୋଟ ଦୁଇ କୋଟି ୯୧ ଲକ୍ଷ ୨୮ ହଜାର ୨୬୭ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ୬ ଲକ୍ଷ ୧୨ ହଜାର ୮୬୮ ସକ୍ର୍ରିୟ ରୋଗୀ ଅଛନ୍ତି
ଦେଶରେ ଗୁରୁବାର ୬୦ ଲକ୍ଷ ୬୩ ହଜାର ଟିକା ଡୋଜ୍ ଦିଆଯାଇଥିଲା । ଏଯାବତ୍ ମୋଟ ୩୦ କୋଟି ୭୯ ଲକ୍ଷ ଭାକ୍ସିନ୍ ଡୋଜ୍ ଦିଆଯାଇଛି ।

Comments are closed.