ଜୁଲାଇ ୧୬ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ବୃଦ୍ଧି, କ୍ୟାଟୋଗୋରୀ ଏ ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର- ରାଜ୍ୟ ସରକାର ଜୁଲାଇ ମାସ ପାଇଁ କୋଭିଡ ଗାଇଡଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ ଜୁଲାଇ ୧୬ ଯାଏଁ ବଳବତ୍ତର ରହିବ ଆଂଶିକ ଲକଡାଉନ୍ ।

କ୍ୟାଟୋଗୋରୀ ଏ ଜିଲ୍ଲାରେ ସକାଳ ୬ ଟାରୁ ସଂଧ୍ୟା ୬ଟାଯାଏଁ କଟକଣା କୋହଳ ହେବ । ୨୦ଟି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ଯାଏଁ ସବୁ ଦୋକାନ ଖୋଲିବ । ବସ୍ ପରିବହନ ସେବାକୁ ଅନୁମତି ଦିଆଯାଇଛି । ସେଲୁନ୍ ଖୋଲିବ । ସପିଂ ମଲ୍ ଓ ବିୟୁଟି ପାର୍ଲର, ପ୍ସା ପୂର୍ବ ଭଳି ବନ୍ଦ ରହିବ । ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ରହିବ ।

୫ ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା ୧୦ଟି କ୍ୟାଟୋଗୋରୀ ବି ଜିଲ୍ଲାରେ କଟକଣା ବଳବତ୍ତର ରହିବ । ଖୋର୍ଦ୍ଧା, ପୁରୀ, କଟକ,ନୟାଗଡ, କଟକ. ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ କଟକଣା ବଳବତ୍ତର ରହିବ । ଏସବୁ ଜିଲ୍ଲାରେ ସବୁ ଦୋକାନ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବ । ୨୦ଟି କମ୍ ସଂକ୍ରମିତ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହଟାଇ ଦିଆଯାଇଛି । କ୍ୟାଟୋଗୋରୀ ଏ ରେ ଆଉ ତିନିିିଟି ଜିଲ୍ଲା ସାମିଲ କରାଯାଇଛି । ସାରା ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ, ସିନେମା ହଲ୍ , ଅପେରା, ରାଜନୈତିକ ସମାବେଶ ପୂର୍ବଭଳି ବନ୍ଦ ରହିବ ।

Comments are closed.