୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି, କେନ୍ଦ୍ରମନ୍ତ୍ରୀ ଥୱର ଚାନ୍ଦ ଗେହଲୋଟ ହେଲେ କର୍ଣ୍ଣାଟକ ରାଜ୍ୟପାଳ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣ ପୂର୍ବରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଙ୍ଗଳବାର ୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ଏଥିରେ ମୋଦି କ୍ୟାବିନେଟର ସାମାଜିକ ନ୍ୟାୟ ମନ୍ତ୍ରୀ ଥୱର ଚାନ୍ଦ ଗେହଲୋଟଙ୍କ ନାମ ରହିଛି। ତାଙ୍କୁ କର୍ଣ୍ଣାଟକର ରାଜ୍ୟପାଳ କରାଯାଇଛି। ପରବର୍ତ୍ତୀ କ୍ୟାବିନେଟ୍ ସମ୍ପ୍ରସାରଣ ପାଇଁ ମଧ୍ୟପ୍ରଦେଶର ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ନାମ ପ୍ରାୟ ସ୍ଥିର ହୋଇସାରିଥିବା ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି । ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୭୩ ବର୍ଷୀୟ ଥୱାର ଚାନ୍ଦ କ୍ୟାବିନେଟର କ୍ରମାଗତ ସଦସ୍ୟ ରହିଆସିଛନ୍ତି।

ହରିୟାଣାରେ ବନ୍ଦାରୁ ଦତ୍ତାତ୍ରେୟ, ମଧ୍ୟପ୍ରଦେଶରେ ମଙ୍ଗୁଭାଇ ପଟେଲ, ହିମାଚଳ ପ୍ରଦେଶରେ ରାଜେନ୍ଦ୍ରନ ବିଶ୍ୱନାଥ ଆର୍ଲେକର, ଗୋଆରେ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ, ଝାଡଖଣ୍ଡରେ ରମେଶ ବୈସ, ତ୍ରିପୁରାରେ ସତ୍ୟଦେବ ନାରାୟଣ ଆର୍ଯ୍ୟ ଏବଂ ମିଜୋରାମରେ ହରି ବାବୁ କମ୍ଭମପତିଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ।

Comments are closed.