ସଲମାନଙ୍କ ଡ୍ରାଇଭର, ଦୁଇ ଷ୍ଟାଫ୍ କରୋନା ପଜିଟିଭ୍, ଆଇସୋଲେସନରେ ଭାଇଜାନ୍

ମୁମ୍ବାଇ – ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଡ୍ରାଇଭର ଓ ଦୁଇଜଣ ଷ୍ଟାଫ୍ କରୋନା ପଜିଟିଭ୍ ହୋଇଛନ୍ତି । ଏହା ଜଣାପଡିବା ପରେ ସଲମାନ ନିଜେ ଆଇସୋଲେସନରେ ରହିଛନ୍ତି । ସତର୍କତା ମୂଳକ ପଦକ୍ଷେପ ଭାବେ ସଲମାନଙ୍କ ସହ ତାଙ୍କ ପରିବାରର ସବୁ ସଦସ୍ୟ ୧୪ ଦିନ ପର୍ଯର୍୍ୟନ୍ତ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ପଜିଟିଭ୍ ଚିହ୍ନଟ ହେବା ପରେ ସଲମାନଙ୍କ ଟିମ୍ ର ସଦସ୍ୟ ହସ୍ପିଟାଲ୍ସରେ ଭର୍ତ୍ତି ହୋଇଛନ୍ତି ।

ସଲମାନଙ୍କ ବାପା ସଲିମ୍ ଖାନ ଓ ମାଆ ସଲମାଙ୍କ ବିବାହ ବାର୍ଷିକୀ ଅବସରରେ ଆଗାମୀ ଦିନରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ ଯୋଜନା ଥିଲା । ତେବେ ଏହାକୁ ଏବେ ବାତିଲ କରାଯାଇଛି । ସଲମାନ ଏବେ ବିଗ୍ ବସ୍-୧୪ର ହୋଷ୍ଟିଂ ବି କରୁଛନ୍ତି । ହେଲେ ବିଗ୍ ବସ୍ ର ଆଗାମୀ ଏପିସୋଡ୍ ଗୁଡିକର ସୁଟିଂ ପାଇଁ ସେ ଉପଲବ୍ଧ ହେବେ ନା ନାହିଁ ସ୍ପଷ୍ଟ ହୋଇନାହିଁ । ସଲମାନ ନିକଟରେ ତାଙ୍କ ଆଗାମୀ ଫିଲ୍ମ ‘ରାଧେ’ର ସୁଟିଂ ଆରମ୍ଭ କରିଥିଲେ ।

Comments are closed.