ରାଜ୍ୟରେ ବର୍ତ୍ତମାନ ଦ୍ୱିତୀୟ ପ୍ରବାହ ଜାରି ରହିଛି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋରୋନାର ଗୋଟିଏ ପ୍ରବାହ ୩ରୁ ୪ ମାସ ରହୁଛି । ଏଥିପାଇଁ ସଜାଗ ରହିବାକୁ ପଡିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱରେ ବି ଠିକ୍ ଏହିଭଳି ସ୍ଥିତି ଦେଖାଦେଉଛି । ଗୁୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହୁଥିଲେ ମଧ୍ୟ ସଂକ୍ରମଣ ବଢୁଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସମସ୍ତେ କୋଭିଡ ନିୟମ ମାନିବା ଜରୁରୀ । ତୃତୀୟ ପ୍ରବାହ ପାଇଁ ସର୍ଭେଲାନ୍ସ ଟିମ୍ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଆମ ରାଜ୍ୟରେ ଦ୍ୱିତୀୟ ପ୍ରବାହ ଜାରି ରହିଛି । କଟକ ଓ ଭୁବନେଶ୍ୱର ଚିନ୍ତା ବଢାଇଛି । ଟିକା ନେବା ପରେ ବି ଲୋକମାନେ ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି ।

Comments are closed.