କେବେ ଆସିବ କୋରୋନାର ତୃତୀୟ ଲହରୀ ?

ଭୁବନେଶ୍ୱର- ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଆସିବ କୋରୋନାର ତୃତୀୟ ଲହରୀ । ତେବେ ସରକାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ଦ୍ୱିତୀୟ ଲହରୀରୁ ବାହାରି ପାରି ନାହିଁ । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ତିନି ଅଙ୍କରେ ହିଁ ରହିଛି । ଯେହେତୁ ଏଠାକୁ ଅଧିର ଲୋକଙ୍କ ଯିବା ଆସିବା ରହିଛି,ସେଥିପାଇଁ ଏହି ଦୁଇ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି ।

ଦେଶର ୫୪ଟି ଜିଲ୍ଲାରେ ସଂକ୍ରମଣ ପୁଣି ବଢିବାରେ ଲାଗିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ତେବେ ଓଡିଶା ଏହି ୫୪ଟି ଜିଲ୍ଲା ମଧ୍ୟରେ ନାହିଁ, ଯାହା କି ବଡ ଆଶ୍ୱସ୍ତିର ବିଷୟ ।

Comments are closed.