ରାଜ୍ୟରେ ହ୍ରାସ ପାଉଛି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୬୩୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୭୩ ଓ ସ୍ଥାନୀୟ ଅଂଚଳରୁ ୨୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୯୬୧କୁ ବୃଦ୍ଧି ପାଇଛି । ଏ ଯାଏଁ ୩ ଲକ୍ଷ ୪ ହଜାର ୯୦୮ ଜଣ ସୁସ୍ଥ ହୋଇସାରିଛନ୍ତି । ୭ ହଜାର ୩୬୦ ଜଣ ଚିକିତ୍ସିତ ହେଉଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ୭୦, ମୟରଭଞ୍ଜରୁ ୬୫, ଜଗତସିଂହପୁରରୁ ୫୦, ସୁନ୍ଦରଗଡରୁ ୪୬, ଅନୁଗୁଳରୁ ୪୦, କଟକରୁ ୩୯, କେନ୍ଦ୍ରାପଡାରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୮ ଜଣ ଚିହ୍ନଟ ହୋଇଛନ୍ତି ।

Comments are closed.