ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ, ୨୬ ତାରିଖ ରାତି ୨ଟାରେ ଆରମ୍ଭ ହେବ ବେଶ କାମ, ରହିବେ ସୀମିତ ସେବାୟତ

ପୁରୀ- ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି ଯେ, ୨୬ ତାରିଖ ରାତି ୨ଟାବେଳେ ଆରମ୍ଭ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ।

ରାତି୨ଟାରେ ଦ୍ୱାର ଫିଟାଯିବା ପରେ ବେଶ ସାମଗ୍ରୀ ମନ୍ଦିର ଭିତରକୁ ନିଆଯିବ । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ସାମଗ୍ରୀ ମନ୍ଦିର ଭିତରକୁ ନିଆଯିବ । କେହି ବି ମୋବାଇଲ ସହ ଭିତରକୁ ଯାଇପାରିବେ ନାହିଁ । ମୋବାଇଲ୍ ଭିତରକୁ ନେଇଥିବା ଜଣାପଡିଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯିବ ନାହିଁ । ଆବଶ୍ୟକ ପଡିଲେ ମନ୍ଦିର ବାହାରେ ରଥଯାତ୍ରା ଭଳି ୧୪୪ ଧାରା ମଧ୍ୟ ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ପତିତପାବନଙ୍କ ନାଗାର୍ଜୁନ ବେଶ ହେବ ନାହିଁ । ଡିସେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇପାରେ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି ।

ଉଲ୍ଲେଖେଯାଗ୍ୟ ଯେ, ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁ ଜଗନ୍ନାଥ ନାଗାର୍ଜୁନ ବେଶ ହେଉଛନ୍ତି । ଯେଉଁ ବର୍ଷ କାର୍ତିକ ମାସରେ ପଂଚକ ୫ ଦିନ ପରିବର୍ତେ ୬ ଦିନ ପଡେ,ସେହି ବର୍ଷ ନାଗାର୍ଜୁନ ବେଶ ହୁଏ ।

Comments are closed.