ନୟାଗଡ ପରୀ ମୃତ୍ୟୁ ଘଟଣାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନୟାଗଡ ପରୀ ମୃତ୍ୟୁ ଘଟଣାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର କେବେ ବି ଆଇନଶୃଙ୍ଖଳା ଭଙ୍ଗ ହେବାକୁ ଦେଇ ନାହିଁ । ଆଇନର ଶାସନ ସବୁବେଳେ ବଜାୟ ରଖିବାକୁ ତାଙ୍କ ସରକାର ଉଦ୍ୟମ କରିଛି । ନିରପେକ୍ଷ ତଦନ୍ତ ଉପରେ ତାଙ୍କ ସରକାର ବିଶ୍ୱାସ କରେ ବୋଲି ନବୀନ କହିବା ସହ ବିରୋଧୀ ଗୃହକାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ ଗୃହ ଚଳାଚଳ ସ୍ୱାଭାବିକ ନ ହେବାରୁ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି ।

ଏସଆଇଟି ତଦନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି । ସେମାନଙ୍କ ଆଲୋଚନାକୁ ଆସିବାକୁ ଇଚ୍ଛା ନାହିଁ ବୋଲି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ କହିଛନ୍ତି ।

Comments are closed.