କରୋନା ଟିକା ପ୍ରସ୍ତୁତିର ସମୀକ୍ଷା: ଜାଇଡସ ବାୟୋଟେକ ପାର୍କର ବୈଜ୍ଞାନିକଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ – ଭାରତରେ ଚାଲିଥିବା କରୋନା ଟିକାର ଆଜି ପ୍ରସ୍ତୁତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ କମ୍ପାନୀ ତରଫରୁ ଭାରତରେ ସମ୍ପ୍ରତି ତିଆରି ହେଉଥିବା କୋଭିଡ୍ ଟିକାର ଅଗ୍ରଗତି ତଦାରଖ ପାଇଁ ମୋଦି ପୁଣେ, ଅହମ୍ମଦାବାଦ ଓ ହାଇଦ୍ରାବାଦ ଯିବେ । ଏହି କ୍ରମରେ ମୋଦି ପ୍ରଥମେ ଅହମ୍ମଦାବାଦର ଜାଇଡସ ବାୟୋଟେକ ପାର୍କ ଯାଇ ସେଠାରେ ଟିକାର ଅଗ୍ରଗତି ଓ ଉପଲବ୍ଧତା ନେଇ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି ।

ଏହାପରେ ପ୍ରଧାନମନ୍ତ୍ରୀ ପୁଣେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ମୁଖ୍ୟାଳୟ ଯିବେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଟିକା ପ୍ରସ୍ତୁତି ଦିଗରେ ଅଗ୍ରଗତି ହୋଇଛି । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ତରଫରୁ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକାର ଟିକାର ଟ୍ରାଏଲ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ଭାରତ ବାୟୋଟେକ୍ ଓ ଆଇସିଏମଆର ତରଫରୁ ତିଆରି ଚାଲିଥିବା ଟିକାର ଇତିିମଧ୍ୟରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇସାରିଛି । ଏହି ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଫଳାଫଳ ଖୁବ୍ ଶୀଘ୍ର ଆସିବ ବୋଲି ଆଶା କରାଯାଉଛି । ଭାରତରେ ପ୍ରସ୍ତୁତ ହେଉଥିବା ଆଉ ଏକ କୋଭିଡ୍ ଟିକା ‘କ୍ୟାଡିଲା’ର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ସରିଥିବାବେଳେ ଏହାର ଫଳାଫଳ ଆଉ କେତେ ଦିନ ମଧ୍ୟରେ ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଡା.ରେଡୀ ଲାବୋରେଟରୀର ସହଭାଗିତାରେ ଭାରତରେ ତିଆରି ଚାଲିଥିବା ରୁଷୀୟ ଟିକା ‘ସ୍ପୁଟିନିକ-୫’ର କ୍ଲିିନିକାଲ ଟ୍ରାଏଲ୍ ଚାଲିଛି ।

Comments are closed.