ଗୁଇନ୍ଦା ନିର୍ଦ୍ଦେଶକ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ମାଲକାନଗିରି ଗସ୍ତ, ମାଓ ଦମନ ରଣନୀତିର ସମୀକ୍ଷା

ମାଲକାନଗିରି- ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂହ ପ୍ରମୁଖ ମାଲକାନଗିରି ଗସ୍ତ କରି ମାଓ ଦମନ ଅଭିଯାନର ସମୀକ୍ଷା କରିଛନ୍ତି । ଦୁଇ ଦିନ ତଳେ ସ୍ୱାଭିମାନ ଅଂଚଳର ତୋଟାଗୁଡା ଜଙ୍ଗଲରେ ପୋଲିସ ସହ ମାଓବାଦୀଙ୍କ ଗୁଳି ବିନିମୟ ଘଟଣା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମାଲକାନଗିରି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଗୁଳି ବିନିମୟରେ କିଶୋର ନାମକ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ବେଳେ ଆଉ ଜଣେ ଗିରଫ ହୋଇଥିଲା ।

ମାଲକାନଗିରି ଜିଲ୍ଲାରେ ଗୁଇନ୍ଦା ବିଭାଗ ବେଶ୍ ସଫଳତା ହାସଲ କରିଥିବା ଗୁଇନ୍ଦା ଅଧିକାରୀମାନେ କହିଥଲେ । ସଫଳ ମାଓ ଦମନ ଅଭିଯାନ ପାଇଁ ଜିଲ୍ଲା ଏସପି ଋଶିକେଶ ଖିଲାରୀଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ଓ ଉଚ୍ଚପଦସ୍ଥ ପୋଲିସ ଅଧିକାରୀମାନେ ମାଓଦମନ ରଣନୀତି ନେଇ ଏକ ବୈଠକରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡିଛି ।

Comments are closed.