ନୟାଗଡ ନାବାଳିକା ମୃତ୍ୟୁ ମାମଲା : କୋର୍ଟ ତଦାରଖରେ ଏସଆଇଟି ତଦନ୍ତ ସଂପର୍କିତ ବିଜ୍ଞପ୍ତିକୁ ବିଧାନସଭାରେ ଉପସ୍ଥାପିତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ , ଅରୁଣ ବୋଥ୍ରା ଏସଆଇଟିର ନେତୃତ୍ୱ ନେବେ

ଭୁବନେଶ୍ୱର – ନୟାଗଡ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ବିରୋଧୀମାନେ ହଟ୍ଟଗୋଳ ଜାରି ରଖିଛନ୍ତି । ଏଣେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କୋର୍ଟ ତଦାରଖରେ ଘଟଣାର ଏସଆଇଟି ଯାଂଚ ହେବ ବୋଲି ବିଧାନସଭାରେ କହିଥିଲେ । ପରେ ମନ୍ତ୍ରୀ ଏ ସଂପର୍କିତ ଗୃହ ବିଭାଗର ବିଧିବଦ୍ଧ ବିଜ୍ଞପ୍ତିକୁ ଗୃହରେ ଉପସ୍ଥାପନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ଏସଆଇଟି ତଦନ୍ତ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି ବୋଲି ଗୃହକୁ ଜଣାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ମାମଲାର ଏସଆଇଟି ତଦନ୍ତ ପାଇଁ ସରକାର ପ୍ରସ୍ତୁତ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

ନୟାଗଡ ନାବାଳିକା ମୃତ୍ୟୁ ମାମଲାରେ କୋର୍ଟ ତଦାରଖରେ ଏସଆଇଟି ତଦନ୍ତ ପାଇଁ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ପୋଲିସ ଆଇଜି ଅରୁଣ ବୋଥ୍ରା ଏସଆଇଟିର ନେତୃତ୍ୱ ନେବେ ।

Comments are closed.