ନୟାଗଡ ନାବାଳିକା ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ

ଭୁବନେଶ୍ୱର- ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ଆରମ୍ଭ ହୋଇଛି । ଆଜି ମୃତ ନାବାଳିକାଙ୍କ ଗାଁ ଯିବେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ହାଇକୋର୍ଟଙ୍କ ତଦାରଖରେ ନାବାଳିକା ମୃତ୍ୟୁ ମାମଲାର ତଦନ୍ତ ହେବ । ଗତ ସପ୍ତାହରେ ମାମଲାର ଏସଆଇଟି ତଦନ୍ତ ପାଇଁ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାମଲାର ଏସଆଇଟି ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଘୋଷଣା କରିଥିଲେ । ମାମଲାର ଯାଂଚ ପାଇଁ ୫ ଜଣିଆ ଏସଆଇଟି ଗଠନ କରାଯାଇଛି ।

Comments are closed.