ପୂର୍ବତନ ହାଇକୋର୍ଟ ବିଚାରପତି କର୍ଣ୍ଣନ ଗିରଫ

ଚେନ୍ନାଇ – ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି ଓ ସେମାନଙ୍କ ପତ୍ନୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ସିଏସ୍ କର୍ଣ୍ଣନଙ୍କୁ ବୁଧବାର ଚେନ୍ନାଇ ପୋଲିସ ଗିରଫ କରିଛି । କର୍ଣ୍ଣନ ବହୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି ଓ ସେମାନଙ୍କ ପତ୍ନୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ ।

ପରେ ଏ ସବୁର ଭିଡିଓ ବନାଇ ସେ ଅନଲାଇନରେ ଛାଡ଼ିଥିବା ଅଭିଯୋଗ ହୋଇଥିଲା । ଏନେଇ ଅକ୍ଟୋବର ୨୭ରେ ମାଡ୍ରାସ ହାଇକୋର୍ଟର ଜଣେ ଓକିଲ ଚେନ୍ନାଇ ପୋଲିସ୍ ସାଇବର ସେଲରେ ମାମଲା ରୁଜୁ କରିଥିଲେ । ପରେ ଆଉ ଜଣେ ବରିଷ୍ଠ ଆଇନଜୀବୀ କର୍ଣ୍ଣନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଏ. ବୋବଡେଙ୍କୁ ଚିଠି ଲେଖିଥିଲେ । ଅନଲାଇନରେ ପୋଷ୍ଟ କରିଥିବା କେତେକ ଭିଡିଓରେ କର୍ଣ୍ଣନ କୋର୍ଟର ମହିଳା କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅନେକ ଜଜ୍ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ।

Comments are closed.