ଦିଲ୍ଲୀରୁ ବାତ୍ୟା ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ – ନକ୍ସଲ ଅଧ୍ୟୁଷିତ ରାଜ୍ୟଗୁଡିକର ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ରାଜ୍ୟର ବାତ୍ୟା ସ୍ଥିତି ସଂପର୍କରେ ସମୀକ୍ଷା କରିବେ । ମୁଖ୍ୟ ଶାସନ ସଚିବ, ଏସଆରସି ଓ ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସାମିଲ ହେବେ । ବାତ୍ୟା ଗୁଲାବ ଗୋପାଳପୁର – କଳିଙ୍ଗପାଟନମ ମଧ୍ୟରେ ଆଜି ମଧ୍ୟରାତି ସୁଦ୍ଧା ସ୍ଥଳଭାଗ ଛୁଇଁବ । ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଆଜି ସକାଳୁ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି ।

Comments are closed.