ଆଉ ୪୩ ମୋବାଇଲ ଆପକୁ ବ୍ୟାନ୍ କଲେ ଭାରତ ସରକାର

ନୂଆଦିଲ୍ଲୀ – କେନ୍ଦ୍ର ସରକାର ମଙ୍ଗଳବାର ଆଉ ୪୩ ମୋବାଇଲ ଆପକୁ ବ୍ୟାନ୍ କରିଛନ୍ତି । ସୂଚନା ପ୍ରଯୁକ୍ତି ଆଇନ ଧାରା ୬୯(ଏ) ଅନୁଯାୟୀ ସରକାର ଏହି ପଦକ୍ଷେପ ନେଇଛନ୍ତି । ଦେଶର ସୁରକ୍ଷା, ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ଥିବା ଦର୍ଶାଇ ସରକାର ଏହି ୪୩ ଆପ୍ ର ବ୍ୟବହାର ନିଷିଦ୍ଧ କରିଛନ୍ତି । ଗୃହ ମନ୍ତ୍ରାଳୟ ଓ ସାଇବର କ୍ରାଇମ୍ କୋର୍ଡିନେସନ୍ ସେଣ୍ଟରର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ୟାନ୍ ହୋଇଥିବା ୪୩ ଆପ୍ ମଧ୍ୟରୁ ୨୪ ହେଉଛି ଡେଟିଂ ଆପ୍ । ଏଥରକୁ ମିଶାଇ କେନ୍ଦ୍ର ସରକାର ତୃତୀୟ ଥର ପାଇଁ ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଏହା ପୂର୍ବରୁ ଜୁନରେ ଟିକଟକ୍ ସମେତ ୫୯ଟି ଆପ୍ର ବ୍ୟବହାର ନିଷିଦ୍ଧ କରାଯାଇଥିଲା । ପୁଣି ସେପ୍ଟେମ୍ବରରେ ପବଜୀ ସମେତ ଆଉ ୧୧୮ ଚାଇନିଜ୍ ଆପକୁ ବ୍ୟାନ୍ କରିଥିଲେ ସରକାର । ମଙ୍ଗଳବାର ବ୍ୟାନ୍ ହୋଇଥିବା ୪୩ ଆପ୍ ଭିତରେ ଅଲି ଏକ୍ସପ୍ରେସ୍, ୱିୱର୍କ ଚାଇନା, କ୍ୟାମକର୍ଡ ଏବଂ ସ୍ନାକ୍ ଭିଡିଓ ଭଳି ବହୁଳ ବ୍ୟବହାର ଆପ୍ ରହିଛି ।

Comments are closed.