ଫେବୃୟାରୀ ୮ରୁ ଅଷ୍ଟ୍ରେଲିଆନ୍ ଓପନ୍

ମେଲବୋର୍ଣ୍ଣ – ବିଳମ୍ବରେ ହେଲେ ମଧ୍ୟ ସିଜନର ପ୍ରଥମ ଟେନିସ୍ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ ଆୟୋଜିତ ହେବ । ଏଟିପି ଟୁର ତରଫରୁ ଏହା ସ୍ପଷ୍ଟ କରାଯାଇଛି । ଏଥର ଅଷ୍ଟ୍ରେଲିଆନ ଓପନ୍ ତିନି ସପ୍ତାହ ବିଳମ୍ବରେ ଅର୍ଥାାତ ଫେବୃୟାରୀ ୮ରୁ ଆରମ୍ଭ ହେବ । ଏହି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଜାନୁୟାରୀ ୧୮ରୁ ଆରମ୍ଭ ହେବାର ଥିଲା । ତେବେ କରୋନା ଭୟ ଯୋଗୁଁ ଏହାର ଆୟୋଜନ ବିଳମ୍ବ ହୋଇଥିଲା । ଏପରିକି ଟୁର୍ଣ୍ଣାମେଣ୍ଟ ହେବ ନା ନାହିଁ ସେନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ଟୁର୍ଣ୍ଣାମେଣ୍ଟ ଆୟୋଜନ ନିଶ୍ଚିତ କରିବାକୁ ଟେନିସ୍ ଅଷ୍ଟ୍ରେଲିଆ ଓ ସ୍ଥାନୀୟ ପ୍ରାଶାସନ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲା ।
ଏଟିପିର ଏକ ପ୍ରେସ୍ ବିବୃତି ଅନୁସାରେ ଅଷ୍ଟ୍ରେଲିଆନ୍ ଓପନ୍ ପାଇଁ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ ଦୋହାରେ ଜାନୁୟାରୀ ୧୦ରୁ ୧୩ ଯାଏଁ ଖେଳାଯିବ । ମୁଖ୍ୟ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଖେଳାଳି ଅଷ୍ଟ୍ରେଲିଆରେ ପହଞ୍ôଚବା ପରେ କ୍ୱାରେଣ୍ଟାଇନରେ ରହିବେ । ଅନ୍ୟପଟେ ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ଏଟିପି ଓ ଅନ୍ୟ ଏକ ଟୁର୍ଣ୍ଣାମେଣ୍ଟକୁ ମେଲବୋର୍ଣ୍ଣ ସ୍ଥାନାନ୍ତର କରାଯାଇଛି । ଏଟିପି କପ୍ ପୁରୁଷ ଟୁର୍ଣ୍ଣାମେଣ୍ଟର ଏକ କାଣ୍ଟଛାଣ୍ଟ୍ ଭର୍ସନ ଫେବୃୟାରୀ ୧ରୁ ୫ ଯାଏଁ ଖେଳାଯିବାକୁ ସ୍ଥିର ହୋଇଛି । ଅଷ୍ଟ୍ରେଲିଆନ୍ ଓପନ୍ ପୂର୍ବରୁ ଏହା ଶେଷ ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟ ହେବ ।

Comments are closed.