କୋଲକାତା ପୌର ନିଗମ ନିର୍ବାଚନ: ବିପୁଳ ବିଜୟ ଅଭିମୁଖେ ତୃଣମୂଳ କଂଗ୍ରେସ

କୋଲକାତା: କୋଲକାତା ପୌର ନିଗମ ନିର୍ବାଚନ (କେଏମସି) ରେ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ଭୋଟ ଗଣତି ଚାଲିଥିବା ବେଳେ ତୃଣମୂଳ କଂଗ୍ରେସ ଏଯାବତ୍ ୧୩୪ଟି ଆସନରେ ଆଗୁଆ ରହିଛି। ବିଜେପି ମାତ୍ର ୨ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ଏବଂ ବାମପନ୍ଥୀ ଦଳ ମଧ୍ୟ ଦୁଇଟି…

ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ସ୍ଥିତ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଆଉ ଜଣେ କାତାରରୁ ଓଡିଶା ଫେରିଥିଲେ ।

ରାଜ୍ୟରେ ଆଉ ୧୪୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୪୬ ଆକ୍ରାନ୍ତ । ସଙ୍ଗରୋଧରୁ ୮୬ ଓ ସ୍ଥାନୀୟ ଅଂଚଳରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୫ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଘାରିଲା ଓମିକ୍ରନ୍‌ ଭୟ: ଛୁଟିଦିନର କାର୍ଯ୍ୟକ୍ରମ ବାତିଲ କରିବାକୁ ଲୋକଙ୍କୁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଲୋକଙ୍କୁ ଛୁଟିରେ ନିଜର କିଛି ପ୍ରସ୍ତାବିତ କାର୍ଯ୍ୟକ୍ରମ ଯୋଜନା ବାତିଲ କରିବାକୁ ନିବେଦନ କରିଛି। ହୁ'ର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି ଯେ ଜୀବନ ପ୍ରତି…

ରାଜ୍ୟ ସରକାର ପୁଣି ଦେବେ କୋଭିଡ ସହାୟତା, ୭ ଦିନ ମଧ୍ୟରେ ସମସ୍ତ ଜିଲ୍ଲାର ପିଡିଏସ ହିତାଧିକାରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର- କୋରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ପିଡିଏସ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ପିଡିଏସ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେବେ ରାଜ୍ୟ ସରକାର । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର…

ଆମେରିକାରେ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍, ମୋଟ ମାମଲାର ୭୩.୨ ପ୍ରତିଶତ ରୋଗୀ ନୂଆ ଭାରିଆଣ୍ଟ ଦ୍ଵାରା ଆକ୍ରାନ୍ତ

ୱାଶିଂଟନ୍: ଆମେରିକାରେ ବେକାବୁ ହେବାରେ ଲାଗିଛି ଓମିକ୍ରନ୍ । କରୋନାର ଏହି ନୂଆ ଷ୍ଟ୍ରେନ୍ ସେଠାରେ ଦ୍ରୁତ ଗତିରେ ବ୍ୟାପୁଛି | ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଦେଶର ନୂଆ ମାମଲାର ୭୩.୨ ପ୍ରତିଶତ ମାମଲା ଓମିକ୍ରନ୍ ସହ ଜଡ଼ିତ | ଆମେରିକାରେ ଜଣେ ଓମିକ୍ରନ୍ ରୋଗୀର ମୃତ୍ୟୁ…