ଦିନିକିଆ ଅଧିନାୟକ ରହିବେ କି କୋହଲି? କିଛି ଦିନ ମଧ୍ୟରେ ହେବ ନିଷ୍ପତ୍ତି

ମୁମ୍ବାଇ: ଭାରତର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ବିରାଟ କୋହଲି ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକତ୍ୱ ଛାଡିଛନ୍ତି। ସେ ଶୁକ୍ରବାର ଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ଭାବରେ ଦଳକୁ ଫେରିବେ । ତେବେ ବିରାଟ ଦିନିକିଆ ଅଧିନାୟକ ରହିବେ ନା ନାହିଁ ତାହା ଆଗାମୀ…

କରୋନା ଅପଡେଟ୍: ଓମିକ୍ରନ୍ ବିପଦ ମଧ୍ୟରେ ଭାରତରେ ବଢ଼ିଲା ଦୈନିକ ମାମଲା, ଦିନକରେ ୯, ୭୬୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦ ମଧ୍ୟରେ ଭାରତରେ କରୋନା ନୂଆ ମାମଲା ବୃଦ୍ଧି ପାଇଛି | ଏପରିକି ନୂଆ ମାମଲା ତୁଳନାରେ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା କମ୍ ରହିଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୯୭୬୫ ନୂଆ…

ୱେଲ୍ ମାର୍କ୍‌ଡ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ ବଳୟ

ଭୁବନେଶ୍ୱର - ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବଳୟ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ ଓ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ପବନର ବେଗ…

ଓମିକ୍ରନ୍ ଆତଙ୍କ: ହାଇ ରିସ୍କ ଦେଶରୁ ଫେରିଥିବା ୬ ଯାତ୍ରୀ ପଜିଟିଭ୍, ୨୫ ଦେଶକୁ ବ୍ୟାପିଲା ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଭାରିଆଣ୍ଟ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି ଭାରତ ସମେତ ଅନ୍ୟ ଦେଶ ମଧ୍ୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। ଭାରତରେ ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯାଇଛି। ବିମାନରୁ ଓହ୍ଲାଇବା ମାତ୍ରେ…

ରାଜ୍ୟରେ ୨୫୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ୫୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୧୩, କଟକରୁ ୧୯,…