କରୋନା ଅପଡେଟ୍: ଓମିକ୍ରନ୍ ବିପଦ ମଧ୍ୟରେ ଭାରତରେ ବଢ଼ିଲା ଦୈନିକ ମାମଲା, ଦିନକରେ ୯, ୭୬୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦ ମଧ୍ୟରେ ଭାରତରେ କରୋନା ନୂଆ ମାମଲା ବୃଦ୍ଧି ପାଇଛି | ଏପରିକି ନୂଆ ମାମଲା ତୁଳନାରେ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା କମ୍ ରହିଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୯୭୬୫ ନୂଆ ମାମଲା ସାମ୍ନାକୁ ଆସିଛି। ଦିନକରେ କେବଳ ୮,୫୪୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି |

ଦେଶରେ କରୋନାର ସକ୍ରିୟ ମାମଲା ଏକ ଲକ୍ଷରୁ କମ୍ ରହିଛି ‌। ବର୍ତ୍ତମାନ ଏହି ସଂଖ୍ୟା ୯୯,୭୬୩ ରେକର୍ଡ କରାଯାଇଛି | ଦେଶରେ ଗତ ୨୪ ଘଣ୍ଟାରେ ୪୭୭ କରୋନା ରୋଗୀଙ୍କ ମଧ୍ୟ ମୃତ୍ୟୁ ଘଟିଛି।

Comments are closed.