ରାଜଧାନୀର ଦୁଇ ମାର୍କେଟ ଜୁନ୍ ୨୫ ଯାଏଁ ସିଲ୍

ଭୁବନେଶ୍ୱର-ମହଙ୍ଗା ପଡିଲା କୋଭିଡ ଗାଇଡଲାଇନ ଉଲ୍ଲଂଘନ । ରାଜଧାନୀ ଭୁବନେଶ୍ୱରର ୟୁନିଟ ୪ ଆମିଷ ବଜାର ଓ ବାପୁଜୀ ନଗର ମାର୍କେଟକୁ ସିଲ୍ କରିଦିଆଯାଇଛି । କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ଏହି ମାସ ୨୫ ତାରିଖ ଯାଏଁ ଦୁଇ ମାର୍କେଟକୁ ସିଲ୍ କରିଦିଆଯାଇଛି ।

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷାଫଳ, ମ୍ୟାଟ୍ରିକ ମାର୍କ ଭିତ୍ତିରେ ହେବ ମୂଲ୍ୟାୟନ

ଭୁବନେଶ୍ୱର- ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ । ମ୍ୟାଟ୍ରିକ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି । ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ ଭିତ୍ତିରେ ହେବ । ଏକ୍ସ ରେଗୁଲାର ପିଲାଙ୍କ ମାର୍କିଂ ପୂୂର୍ବଥର ଯୁକ୍ତ ଦୁଇ…

ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟଭିତ୍ତିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ସ୍ୱାସ୍ଥ୍ୟ ଭିତ୍ତିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଯୋଗେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲ ପରିସରରେ ଅକ୍ସିଜେନ ପ୍ଲାଂଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ କୋଭିଡ…

କର୍ଣ୍ଣାଟକ ବିଜେପିରେ ଆନ୍ତଃ କନ୍ଦଳ, ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ପ୍ରତି ବଢ଼ୁଛି ଅସନ୍ତୋଷ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ଏବେ ଆନ୍ତଃ କନ୍ଦଳ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ନିଜ ଦଳ ଓ ସରକାର ଭିତରେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ପ୍ରତି ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଅଯୋଗ୍ୟ ବୋଲି…

‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାତାରାତି ଚର୍ଚ୍ଚିତ ଚେହେରା ପାଲଟିଥିବା ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ କହିଛି ଯେ, ଗୁରୁବାର ରାତିରେ କାନ୍ତା ପ୍ରସାଦ ମଦ ଏବଂ ନିଦ ବଟିକା ଖାଇ ଅଚେତ…

ରାଜ୍ୟର ଶ୍ରେଷ୍ଠ ୬ଟି ସରକାରୀ ଆଇଟିଆଇକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡିଶାର ୬ଟି ସରକାରୀ ଆଇଟିଆଇ ସ୍ଥାନ ପାଇଛନ୍ତି । ବ୍ରହ୍ମପୁର, ହିଞ୍ଜିଳିକାଟୁ, କଟକ, ଝାରସୁଗୁଡା, ପୁରୀ ଓ ଯାଜପୁର ଆଇଟିଆଇ କୌଶଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାରି ଟପ୍ ୧୦୦ ଆଇଟିଆଇ ମଧ୍ୟରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ…