ଭୁବନେଶ୍ୱରରୁ ଧରାପଡିଲା ଅନ୍ତଃରାଜ୍ୟ ସାଇବର ଠକ

ଭୁବନେଶ୍ୱର- ଏକ ଅନ୍ତଃରାଜ୍ୟ ସାଇବର ଠକକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ସ୍ୱତନ୍ତ୍ର ସ୍କ୍ୱାଡ୍ ହାତରେ ଧରାପଡିଛି ବେଙ୍ଗଳୁରୁର ସାଇବର ଠକ ବିଶାଲ ରାଜକୁମାର । ଭୁବନେଶ୍ୱରରେ ସୁନା କିଣି ଠକେଇ ଉଦ୍ୟମ କରୁଥିବା ବେଳେ ତାକୁ ଗିରଫ କରାଯାଇଛି । ୟୁପିଆଇ ମାଧ୍ୟମରେ ଟଙ୍କା ଦେବାକୁ କହି…

ଦିଲ୍ଲୀରେ କୋଭିଡ୍-୧୯ ସ୍ଥିତି ଅତ୍ୟନ୍ତ ଗମ୍ଭୀର କହିଲେ କେଜରିୱାଲ

ନୂଆଦିଲ୍ଲୀ - ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୧୦,୭୩୨ ଟି ନୂଆ କରୋନା ମାମଲା ଆସିବା ସହ ସହରରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି। ଆବଶ୍ୟକ ସ୍ଥଳେ ହିଁ ଘରୁ ବାହାରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । କେଜରିୱାଲ ଏକ…

ସୀମିତ ପାଠ ପଢାକୁ ନେଇ ବି ନବମ ଶ୍ରେଣୀ ପରୀକ୍ଷା ହୋଇପାରିବ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ପାଇଁ ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ବନ୍ଦ ରଖାଯାଇଛି । କିନ୍ତୁ ନବମ ଶ୍ରେଣୀ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ଚାହୁଁଛନ୍ତି । ପାଠ ପଢା ସଂପୂର୍ଣ୍ଣ ହୋଇ ନ ଥିଲେ ବି ଯେତିକି ପାଠ ପଢାଯାଇଛି, ସେତିକି ପାଠକୁ ନେଇ ପରୀକ୍ଷା କରାଯାଇପାରେ ବୋଲି…

ବ୍ରହ୍ମପୁର ମାଆ ବୁଢୀ ଠାକୁରାଣୀଙ୍କ ରାଜବାଟୀ ପରିକ୍ରମା, ସମ୍ଭାବ୍ୟ ଭିଡ ଦୃଷ୍ଟିରୁ ୧୪୪ ଧାରା ଜାରି କଲା ପ୍ରଶାସନ

ବ୍ରହ୍ମପୁର- ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ପୁଣି ଲାଗିଲା ୧୪୪ ଧାରା । ଆଜି ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ କଟକଣା ଜାରି କରାଯିବ । ଆଜି ସଂଧ୍ୟାରେ ମାଆ ଅସ୍ଥାୟୀ ମଣ୍ଡପରୁ ମହୁରୀ ରାଜବାଟୀ ଯିବେ । ଭିଡ ଓ କୋଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।…

ହିଞ୍ଜିଳିକାଟୁ ପୌରାଂଚଳରେ ‘ପୋଷାକ’ ଅଭିଯାନ

ହିଞ୍ଜିଳି-ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହିଞ୍ଜିଳିକାଟୁ ପୌରାଂଚଳରେ ଆରମ୍ଭ କରାଯାଇଛି ‘ପୋଷାକ’ ନାମକ ଦାତବ୍ୟ ଅଭିଯାନ । ଏହି ଅଭିଯାନ ଅନ୍ତର୍ଗତ ଏକ ‘ପୋଷାକ’ ହବ୍ ଖୋଲାଯାଇଛି । ହବ୍ ଜରିଆରେ ଲୋକଙ୍କଠାରୁ ଅଦରକାରୀ ପୋଷାକ ପତ୍ର ସଂଗ୍ରହ କରାଯାଉଛି । ସେଗୁଡିକୁ ସଫାସୁତୁରା…

ତାମିଲନାଡୁ: କରୋନାରେ କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ମୃତ୍ୟୁ

ଚେନ୍ନାଇ - ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଶ୍ରୀବିଲିପୁଥୁର ନିର୍ବାଚନମଣ୍ଡଳୀରୁୁୁ କଂଗ୍ରେସ ପ୍ରାର୍ଥୀଙ୍କ କୋଭିଡ -୧୯ରେ ମୃତ୍ୟୁ ହୋଇଯାଇଛି। କଂଗ୍ରେସ ପ୍ରାର୍ଥୀ ପିଏସଡବ୍ଲୁ ମାଧବ ରାଓ ନିକଟରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର…

ଟିକା ଅଭାବ ମଧ୍ୟରେ ରାଜ୍ୟରେ ଟିକା ଉତ୍ସବ

ଭୁବନେଶ୍ୱର-ପରିବାର କଲ୍ୟାଣ ନିର୍ଦ୍ଦେକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ରାଜ୍ୟର ୯ ଶହ ଟିକାଦାନ କେନ୍ଦ୍ର ଟିକା ଅଭାବରୁ ବନ୍ଦ ରହିଛି । ମାତ୍ର ୫୭୯ କେନ୍ଦ୍ରରେ ହିଁ ଟିକା ରହିଛି । ସେଠାରେ ହିଁ ଟିକା ଉତ୍ସବ କରାଯାଉଛି । ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଟିକା ସରିଯିବ । ଟିକା…

କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ କୋଭିଡ ଯାଞ୍ଚ କଡାକଡି

ଭୁବନେଶ୍ୱର- କୋରୋନା ମୁକାବିଲା ପଦକ୍ଷେପ ସ୍ୱରୂପ କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଯାଂଚ କଡାକଡି ହେବ । ବାହାର ରାଜ୍ୟରୁ ଆସୁଥିବା ସବୁ ଯାତ୍ରୀଙ୍କର କୋଭିଡ ଯାଂଚ କରାଯିବ । ଆଜି ବିଏମସି ଓ ଷ୍ଟେସନ ଅଧିକାରୀ ମିଳିତ ଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୨୪ ଘଂଟିଆ ଯାତ୍ରୀ ଯାଂଚ ପାଇଁ…

ଅମିତ ଶାହ କୁଚ୍‌ବିହାର ହିଂସାକାଣ୍ଡର ଷଡ଼ଯନ୍ତ୍ରକାରୀ: ମମତା

କୋଲକାତା - ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ କୁଚ୍‌ବିହାର ଜିଲ୍ଲାର ସିତାଲକୁଚି ନିର୍ବାଚନ ମଣ୍ଡଳୀରେ ଘଟିଥିବା ହିଂସା ପାଇଁ ମମତା ବାନାର୍ଜୀ କେନ୍ଦ୍ରକୁ ଦାୟୀ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୁଚ୍‌ବିହାର ହିଂସାର ଷଡଯନ୍ତ୍ରକାରୀ ବୋଲି ମମତା କହିଛନ୍ତି ।…