ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ : ୯ଟି ପ୍ରସ୍ତାବରେ ସୁପ୍ରିମୋ ନବୀନଙ୍କ ମୋହର, କେନ୍ଦ୍ରର ଅବହେଳାକୁ ଟାର୍ଗେଟ

ଭୁବନେଶ୍ୱର- ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ପ୍ରସ୍ତାବ ଗୃହୀତ ହୋଇଛି । ୯ଟି ପ୍ରସ୍ତାବକୁ ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଦଳର ସମ୍ବିଧାନ ସଂଶୋଧନ ମଧ୍ୟ କରାଯାଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଉପସଭାପତି ଦେବୀ ମିଶ୍ର । ୮ଟି ଆର୍ଟିକଲ ଓ ୨ଟି କ୍ଲଜ୍ ସଂଶୋଧନ ହୋଇଥିବା ସେ ସୂଚନା ଦେଇଛନ୍ତି ।

କାର୍ଯ୍ୟକାରିଣୀରେ ଗୃହୀତ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । କେନ୍ଦ୍ରର ଅବହେଳା ରାଜ୍ୟର ବିକାଶ ଦିଗରେ ବାଧକ ସାଜିଛି ବୋଲି ଦଳ କହିଛି । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢେଇ ଜାରି ରହିବ ବୋଲି କୁହାଯାଇଛି । ମହାବାତ୍ୟାରୁ ମହାମାରୀ ଯାଏଁ ସବୁ ବାଧାବିଘ୍ନକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୁକାବିଲା କରାଯାଇପାରିଛି ବୋଲି ରାଜନୈତିକ ପ୍ରସ୍ତାବରେ କୁହାଯାଇଛି । ମହିଳା ସଶକ୍ତିକରଣ ପାଇଁ ରାଜନୈତିକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦାବି କରିଛି ଦଳ । ପଂଚାୟତ ବ୍ୟବସ୍ଥାରେ ରାଜରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଥିବା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି । ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଦାବି କରାଯାଇଛି । ଓଡିଶା ବରପୁତ୍ରଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯିବା ସହ ସେମାନଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଉ ବୋଲି ବିଜେଡି ଦାବି କରିଛି ।

Comments are closed.