ଚଳିତବର୍ଷ ଶେଷଆଡକୁ କୋରୋନା ଟିକା ସମ୍ଭାବନା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା- କୋଭିଡ-୧୯ ଟିକା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଶ୍ୱସ୍ତିକର ଖବର ମିଳିଛି । ଚଳିତ ବର୍ଷ ଶେଷଆଡକୁ କୋରୋନା ଟିକା ପ୍ରସ୍ତୁତ ହୋଇଯାଇପାରେ ବୋଲି ଆଶା ପ୍ରକାଶ କରିଛି ସଂଗଠନ । ସଂଗଠନର ମୁଖ୍ୟ କହିଛନ୍ତି ଯେ,ଚଳିତ ବର୍ଷ ଶେଷଆଡକୁ କୋରୋନା ଟିକା ପ୍ରସ୍ତୁତ ହେବା ସମ୍ଭାବନା ରହିଛି । ହେଲେ ଏହାର ସମାନ ବିତରଣ ପାଇଁ ରାଜନୈତିକ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇଛନ୍ତି ସଂଗଠନ ମୁଖ୍ୟ ଟେଡ୍ରୋସ ଘେବ୍ରାଏସ୍ ।

Comments are closed.