ସଂକ୍ରମଣ କମ୍‌, ସୁସ୍ଥ ହାର ଅଧିକ : ରାଜ୍ୟରେ ଆଜି ସୁସ୍ଥ ହେଲେ ୩ ହଜାର ୪୫୫ କୋରୋନା ରୋଗୀ, ଖୋର୍ଧାରୁ ସର୍ବାଧିକ ୫୭୧

ଭୁବନେଶ୍ୱର- ରାଜ୍ୟରେ ଆଜି କୋରୋନାରୁ ସୁସ୍ଥ ହୋଇଛନ୍ତି ୩ ହଜାର ୪୫୫ ରୋଗୀ । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୭୧, କଟକରୁ ୨୯୨, ପୁରୀରୁ ୨୫୪, ଅନୁଗୁଳରୁ ୧୭୫, ଯାଜପୁରରୁ ୧୬୬, ବରଗଡରୁ ୧୩୩, ମୟୂରଭଂଜରୁ ୧୨୬, ବାଲେଶ୍ୱରରୁ ୧୨୦, ସମ୍ବଲପୁରରୁ ୧୧୬, ବଲାଙ୍ଗିରରୁ ୧୦୪, କେନ୍ଦୁଝରରୁ ୧୦୧ ଓ କେନ୍ଦ୍ରାପଡା ଜିଲ୍ଲାରୁ ୯୯ ଜଣ ସୁସ୍ଥ ହୋଇଛନ୍ତି । 

ରାଜ୍ୟରେ କୋରୋନାରୁ ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ୧୩ ହଜାର ୬୭୨କୁ ବୃଦ୍ଧି ପାଇଛି ।

Comments are closed.