ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ପାର, ୨୪ ଘଂଟାରେ ମଧ୍ୟରେ ୮୨ ହଜାର ୧୭୦ ନୂଆ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୯୫ ହଜାର ଟପିଲା , ସୁସ୍ଥ ଲୋକଙ୍କ ସଂଖ୍ୟା ହେଲା ୫୦ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ – ଦେଶରେ ୬୦ ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାମଧ୍ୟରେ ୮୨ ହଜାର ୧୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ମୋଟ କୋରୋନା ପଜିଟିଭ ସଂଖ୍ୟା ୬୦ ଲକ୍ଷ ୭୪ ହଜାର ୭୦୨କୁ ବୃଦ୍ଧି ପାଇଛି । ଦିନକରେ ଦେଶରେ ୧ ହଜାର ୩୯ ରୋଗୀଙ୍କ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁସଂଖ୍ୟା ୯୫ ହଜାର ୫୪୨କୁ ବୃଦ୍ଧି ପାଇଛି । ଏ ଯାଏଁ ୫୦ ଲକ୍ଷ ୧୬ ହଜାର ୫୨୦ ଜଣ ସୁସ୍ଥ ହୋଇଥିବା ବେଳେ ୯ ଲକ୍ଷ ୬୨ ହଜାର ୬୪୦ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.