୨୪ ଘଂଟାରେ ଦେଶରେ ୭୩ ହଜାର ୨୭୨ ନୂଆ କୋରୋନା ମାମଲା, ୯୨୬ ମୃତ

ନୂଆଦିଲ୍ଲୀ – ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭ ହଜାର ୪୧୬କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଦେଶରେ ପ୍ରାଣ ହରାଇଛନ୍ତି ୯୨୬ କୋରୋନା ରୋଗୀ । ଏଣେ ୨୪ ଘଂଟାରେ ୭୩ ହଜାର ୨୭୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ଏବେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୬୯ ଲକ୍ଷ ୭୯ ହଜାର ୪୨୪କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୫୯ ଲକ୍ଷ ୮୮ ହଜାର ୮୨୨ ଜଣ ସୁସ୍ଥ ହୋଇଥିବା ବେଳେ ୮ ଲକ୍ଷ ୮୩ ହଜାର ୧୮୫ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.