ହାଇକୋର୍ଟରେ କଟକ ଦୁର୍ଗାପୂଜା ମାମଲା, ମୂର୍ତି ନିର୍ମାଣର ସ୍ଥିତି ଅନୁସାରେ ଉଚ୍ଚତାକୁ ମିଳିବ ଅନୁମତି, ସ୍ଥିତି ନେଇ ଡିସିପିଙ୍କୁ ଜଣାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ- ହାଇକୋର୍ଟରେ କଟକ ଦୁର୍ଗାପୂଜା ମାମଲାର ଗୁରୁତ୍ୱପୂଣ୍ଣ ର୍ ଶୁଣାଣି ହୋଇଛି । ଦୁର୍ଗା ମୂର୍ତି ନିର୍ମାଣର ସ୍ଥିତି ଜଣାଇବାକୁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୂର୍ତି ତିଆରିର ସ୍ଥିତି ଅନୁସାରେ ମୂର୍ତିର ଉଚ୍ଚତାକୁ ଅନୁମତି ମିଳିବ ବୋଲି ହାଇକୋର୍ଟ କହିଛନ୍ତି ।

ପୂର୍ବରୁ ରାଜ୍ୟ ସରକାର ପୂଜା ଗାଇଡଲାଇନ୍ସ ଜାରି କରିଥିଲେ । ଗାଇଡଲାଇନ୍ସ ଅନୁସାରେ ପୂଜା କମିଟିଗୁଡିକୁ ମୂର୍ତି ଉଚ୍ଚତା ୪ ଫୁଟରୁ ଅଧିକ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ, ମୂର୍ତି କଟକଣାକୁ କିଛି ପୂଜା କମିଟି ବିରୋଧ କରିଥିଲେ ।

Comments are closed.