୨୭ ବର୍ଷ ପରେ ସେପଟେମ୍ବର ୩୦ ତାରିଖରେ ଆସିବ ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ରାୟ

ନୂଆଦିଲ୍ଲୀ – ୨୭ ବର୍ଷ ପରେ ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଏହି ମାସ ୩୦ ତାରିଖରେ ପ୍ରକାଶ ପାଇବ । ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ଶୁଣାଇବେ । ଏହି ମାମଲାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ବିଜେପି ନେତା ବିନୟ କଟିୟାର, ଉମା ଭାରତୀ ପ୍ରମୁଖ ଅଭିଯୁକ୍ତ ଅଛନ୍ତି । ଏହି ମାମଲାରେ ୪୯ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ । ୧୭ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଯାଇଛି ।

Comments are closed.