‘ହାର୍ଦ୍ଦିକ ପାଣ୍ଡ୍ୟା ମତେ ବଳାତ୍କାର କରିଛନ୍ତି..’ ଦାଉଦ୍ ସହଯୋଗୀ ପତ୍ନୀଙ୍କ ଚାଞ୍ଚଲ୍ୟକର ଅଭିଯୋଗ

ମୁମ୍ବାଇ:ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭଟିଙ୍କ ପତ୍ନୀ ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି । ପାଣ୍ଡ୍ୟା ଓ ପୂର୍ବତନ ଦ୍ରୁତ ବୋଲର ମୁନାଫ ପଟେଲ୍ ତାଙ୍କୁ ବଳାତ୍କାର କରିଛନ୍ତି ବୋଲି ସେ କହିଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଛନ୍ତି ଏବଂ ହାଇ ପ୍ରୋଫାଇଲ୍ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି ବୋଲି ରିୟାଜ ଭଟିଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ମୁମ୍ବାଇ ପୋଲିସ ନିକଟରେ ସେ କରିଥିବା ଅଭିଯୋଗରେ ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲଙ୍କ ସହ କଂଗ୍ରେସ ନେତା ତଥା ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କ ଭଳି ଜଣାଶୁଣା ଲୋକଙ୍କ ନାମ ରହିଛି ।

ପୀଡିତା ୨୪ ସେପ୍ଟେମ୍ବର ୨୦୨୧ରେ ମୁମ୍ବାଇର ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରିୟାଜ ଭଟିଙ୍କ ପତ୍ନୀ ଅଭିଯୋଗରେ ଯେଉଁ ଲୋକଙ୍କ ନାଁ ନେଇଛନ୍ତି, ସେମାନଙ୍କ ନାମ, ଠିକଣା ଉଲ୍ଲେଖ କରାଯାଇ ନାହିଁ କି ଅପରାଧର ତାରିଖ ଏବଂ ସ୍ଥାନ ମଧ୍ୟ ଉଲ୍ଲେଖ ହୋଇନାହିଁ। କିନ୍ତୁ ପୀଡିତା ତାଙ୍କ ସ୍ୱାମୀଙ୍କ ସମେତ ଉକ୍ତ ସବୁ ଲୋକଙ୍କ ବିରୋଧରେ ବଳାତ୍କାର ଓ ନିର୍ଯ୍ୟାତନା ଅଭିଯୋଗ କରିଛନ୍ତି।

ତେବେ ମୁମ୍ବାଇ ପୋଲିସ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ଏଫ୍ଆଇଆର୍ ରୁଜୁ କରି ନାହିଁ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ତଦନ୍ତ କରାଯିବ । ଏପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରେ ମହିଳା ଜଣକ କରିଥିବା ଅଭିଯୋଗର ସତ୍ୟାସତ୍ୟ ସ୍ପଷ୍ଟ ହୋଇନାହିଁ।

ତାଙ୍କ ସ୍ୱାମୀଙ୍କୁ ସେକ୍ସ କର୍ମୀ କରିବା ଏବଂ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଉଚ୍ଚ ପ୍ରୋଫାଇଲ୍ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି।

Comments are closed.