ରାଜନୀତିରୁ ଉର୍ଦ୍ଧ୍ବରେ ରହି ପୁଣି ଉଦାରତାର ପରିଚୟ ଦେଲେ ନବୀନ; ବାତ୍ୟା ପ୍ରଭାବିତ ଆସାମକୁ ସହାୟତାର ପ୍ରସ୍ତାବ

ओडिया समाचारରାଜନୀତିରୁ ଉର୍ଦ୍ଧ୍ବରେ ରହି ପୁଣି ଉଦାରତାର ପରିଚୟ ଦେଲେ ନବୀନ; ବାତ୍ୟା ପ୍ରଭାବିତ ଆସାମକୁ ସହାୟତାର ପ୍ରସ୍ତାବ
ଭୁବନେଶ୍ୱର – ପୁଣି ଥରେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ମୁଖ୍ୟମନ୍ତ୍ରୀ ନିଜ ବଦାନ୍ୟତାର ପରିଚୟ ଦେଇଛନ୍ତି। ଗୋଟିଏ ପଟେ ଆସାମ ମୁଖ୍ୟମନ୍ତ୍ରୀ ବିଜେପିର ତାରକା ପ୍ରଚାରକ ଭାବେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପ୍ରଚାରରେ ଅଶାଳୀନ ମନ୍ତବ୍ୟ ଦେଇ ସମାଲୋଚନା କରୁଛନ୍ତି । କିନ୍ତୁ ଭାରତର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଆସୁଥିବା ନବୀନ ଆସାମକୁ ବିପଦ ବେଳେ ସହାୟତାର ପ୍ରସ୍ତାବ ଦେଇଛନ୍ତି। ବାତ୍ୟା ରେମାଳ ଯୋଗୁଁ ଆସାମ ପ୍ରଭାବିତ ହୋଇଥିବା ବେଳେ ରାଜନୀତିକୁ [...]
ओडिया समाचारବିଜେପିର ଆଉ ଏକ ଅଶାଳୀନ ଟିପ୍ପଣୀର ଶାଳୀନତାପୂର୍ବକ ଦୃଢ଼ ଜବାବ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବାରେ ଲାଗିଛନ୍ତି ବିଜେପିର ତାରକା ପ୍ରଚାରକମାନେ । ବିଶେଷକରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନବୀନଙ୍କ ବିରୋଧରେ ଅବାଞ୍ଛିତ ଟିକା ଟିପ୍ପଣୀ କରିଛନ୍ତି। ଆଉ ପ୍ରତ୍ୟେକ ଥର ବିଜେଡି ଦୃଢ଼ ଜବାବ ଦେଇ ତାଙ୍କୁ ଲଜ୍ଜିତ କରୁଛି । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶାଳୀନତା ରକ୍ଷା ପୂର୍ବକ ଆସାମ ମୁଖ୍ୟମନ୍ତ୍ରୀ [...]
ओडिया समाचारପୁଣେ ପୋର୍ସ ଦୁର୍ଘଟଣା: ରକ୍ତ ନମୁନା ବଦଳାଇବା ପାଇଁ ୩ ଲକ୍ଷ ଲାଞ୍ଚ ଦେଇଥିଲେ ନାବାଳକର ବାପା
ପୁଣେ: ପୁଣେ ପୋର୍ସ ଦୁର୍ଘଟଣା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି । ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ନାବାଳକ ଅଭିଯୁକ୍ତର ବାପା ତାଙ୍କ ପୁଅ ମଦ ପିଇଥିବା କଥା ଲୁଚାଇବା ପାଇଁ ରକ୍ତ ନମୁନା ବଦଳାଇଥିଲେ । ଏଥିପାଇଁ ନାବାଳକର ବାପା ବିଶାଲ ଅଗ୍ରୱାଲ ଏକ ସରକାରୀ ଡାକ୍ତରଖାନାର ପିଅନ ଜରିଆରେ ଦୁଇ ଜଣ ଡ଼ାକ୍ତରଙ୍କୁ ୩ ଲକ୍ଷ ଟଙ୍କାର ଲାଞ୍ଚ ଦେଇଥିଲେ । ପୁଅର ରକ୍ତ ନମୁନା [...]
ओडिया समाचारପୂର୍ବତନ ମ୍ୟାନେଜରଙ୍କ ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହୀମଙ୍କୁ ଦୋଷମୁକ୍ତ କଲେ ହାଇକୋର୍ଟ
ଚଣ୍ଡିଗଡ଼: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମଙ୍ଗଳବାର ପୂର୍ବତନ ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ଦୋଷମୁକ୍ତ କରିଛନ୍ତି। ସିର୍ସା ସ୍ଥିତ ଡେରାର ମୁଖ୍ୟ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ଅଛନ୍ତି। ସେ ତାଙ୍କର ଦୁଇ ଶିଷ୍ୟାଙ୍କୁ ବଳାତ୍କାର ଅଭିଯୋଗରେ ୨୦ ବର୍ଷ ଜେଲ୍ ଦଣ୍ଡ କାଟୁଛନ୍ତି। ୨୦୨୧ ମସିହାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ରାମ ରହୀମ ଏବଂ ଅନ୍ୟ ଚାରିଜଣଙ୍କୁ ୧୯ ବର୍ଷୀୟ [...]
ଜଳେଶ୍ୱରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ; ବିକାଶ କାର୍ଯ୍ୟ କିଛି କରିନଥିବାରୁ ସାଂସଦଙ୍କୁ କଡା ସମାଲୋଚନା

ओडिया समाचारଜଳେଶ୍ୱରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ; ବିକାଶ କାର୍ଯ୍ୟ କିଛି କରିନଥିବାରୁ ସାଂସଦଙ୍କୁ କଡା ସମାଲୋଚନା
ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ସହ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ଜଳେଶ୍ୱରରେ ମଧ୍ୟ ବିଜେଡି ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଜଳେଶ୍ୱରରେ ପାଣ୍ଡିଆନ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ। ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଯାଉଛି ବୋଲି କହିବା ସହ ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ପାଣ୍ଡିଆନ। ଜଳେଶ୍ୱରରେ ଯେତେସବୁ ବିକାଶ [...]
ओडिया समाचारବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ ପ୍ରଚାର କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ ପରିଶ୍ରମର ଫଳସ୍ୱରୂପ ମିଶନଶକ୍ତି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ [...]
ओडिया समाचारଜାମିନ ମିଆଦ ବୃଦ୍ଧି ନେଇ କେଜ୍ରିୱାଲଙ୍କ ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ନିଜର ଡ଼ାକ୍ତରୀ ପରୀକ୍ଷା ଲାଗି କେଜ୍ରିୱାଲ ତାଙ୍କ ଅନ୍ତରୀଣ ଜାମିନ ମିଆଦ ଆଉ ୭ ଦିନ ବଢ଼ାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ସୋମବାର ଆବେଦନ କରିଥିଲେ। ଏହି ଆବେଦନରେ ତୁରନ୍ତ ଶୁଣାଣି ପାଇଁ କେଜ୍ରିୱାଲଙ୍କ ଓକିଲ ମଙ୍ଗଳବାର ଦାବି କରିଥିଲେ। ସୁପ୍ରିମକୋର୍ଟର ଏକ ଅବକାଶ କାଳୀନ ଖଣ୍ଡପୀଠ କହିଛନ୍ତି, ଅନ୍ତରୀଣ [...]
ओडिया समाचारବିଜେପିକୁ ପାଣ୍ଡିଆନଙ୍କ ପୁଣି ଜୋରଦାର ଟାର୍ଗେଟ: କହିଲେ ବିଜେପିର ପ୍ରତିଶ୍ରୁତି ସବୁ ଜୁମଲା , ୯ ପ୍ରସଙ୍ଗରେ ବିଜେପିର ସେଲ୍ଫ ଗୋଲ୍
ଭୁବନେଶ୍ୱର – ବିଜେପିକୁ ପୁଣି ଥରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଶାଣିତ ଆକ୍ରମଣ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ୯ଟି ପ୍ରସଙ୍ଗରେ ଘାଇଲା କରିଛନ୍ତି ପାଣ୍ଡିଆନ। ବିଜେପି ୯ଟି ଆତ୍ମଘାତୀ ଗୋଲ୍ ( ସେଲ୍ଫ ଗୋଲ୍ ) କରିଛି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶାବାସୀ। ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ [...]
ओडिया समाचारରାହୁଲ-କେଜ୍ରିୱାଲଙ୍କୁ ପାକ୍ ସମର୍ଥନ ଗମ୍ଭୀର ବିଷୟ, ତଦନ୍ତ ହେବା ଉଚିତ: ମୋଦୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ପାକିସ୍ତାନରୁ ମିଳୁଥିବା ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ଏକ ଗମ୍ଭୀର ବିଷୟ ଦର୍ଶାଇ ଏହାର ତଦନ୍ତ କରାଯିବା ଉଚିତ ବୋଲି କହିଛନ୍ତି ମୋଦୀ। ଏକ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଯେଉଁ ପଦବୀରେ ଅଛି ସେ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବା ଠିକ୍ ହେବ ବୋଲି [...]
ଦିଲ୍ଲୀରୁ ବାରାଣସୀ ଯାଉଥିବା ବିମାନରେ ବୋମା ଆତଙ୍କ

ओडिया समाचारଦିଲ୍ଲୀରୁ ବାରାଣସୀ ଯାଉଥିବା ବିମାନରେ ବୋମା ଆତଙ୍କ
ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ସକାଳେ ବାରାଣସୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଥିବା ଗୁଜବ ପରେ ସବୁ ଯାତ୍ରୀମାନଙ୍କୁ ଓହ୍ଲାଇ ତଲାସି କରାଯାଇଛି।ତେବେ ବିମାନରେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଅଧିକାରୀଙ୍କ କହିବା ଅନୁସାରେ ଦିଲ୍ଲୀ-ବାରାଣସୀ ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର ୬ଇ୨୨୧୧ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିମାନ ଟଏଲେଟରେ ଏକ କାଗଜ ମିଳିଥିଲା, ଯେଉଁଥିରେ ବିମାନରେ ବୋମା ଅଛି ବୋଲି ଲେଖାଯାଇଥିଲା। ଜଣେ ପାଇଲଟ୍ [...]
