କଟକ ଜିଲ୍ଲାରେ ନକଲି ଜର୍ଦା ପ୍ରସ୍ତୁତକାରୀ କଂପାନି ଠାବ

କଟକ- କଟକ ସଦର ଥାନା ଅନ୍ତର୍ଗତ ସାସୋଳ ଗାଁରେ ଏକ ନକଲି ଜର୍ଦା ପ୍ରସ୍ତୁତକାରୀ କଂପାନି ଠାବ କରିଛି ପୋଲିସ । ସେହି କଂପାନି ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ନକଲି ଜର୍ଦା, ନାମୀଦାମୀ କଂପାନିର ଲୋଗୋ, ପ୍ୟାକିଂ, କେମିକାଲ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖାଯାଇ ପଚରାଉରା କରାଯାଉଛି । ଗତ କିଛି ଦିନ ହେବ କଟକର ବିଭିନ୍ନ ଅଂଚଳରୁ କମିଶନରେଟ୍ ପୋଲିସ ନକଲି ସସ୍‌, ଗୁଟଖା, ସୋୟାବଡି, ମସଲା, ଘିଅ କଂପାନି ଠାବ କରି ଚଢାଉ କରିଛି । ଏବେ ଏକ ନକଲି ଜର୍ଦା କଂପାନି ଠାବ ହୋଇଛି ।

Comments are closed.