ଆମର ଷ୍ଟାର୍ଟ ଅପ୍ ପଲିସି ଦେଶର ଶ୍ରେଷ୍ଠ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ବ୍ରାଣ୍ଡ୍ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଆୟୋଜିତ ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ -୨୦୨୧ରେ ପୁରସ୍କାର ବିତରଣ ଉତ୍ସବକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଳ୍ପ ସହ ଯୋଗ ପଲିସି, ତ୍ୱରିତ କ୍ଲିୟରାନ୍ସ ପାଇଁ ପଦକ୍ଷେପ ନିଆଯାଇଛି । କରୋନା ସମୟରେ ବି ରାଜ୍ୟକୁ ୧ ଦଶମିକ ୨୫ ଲକ୍ଷ କୋଟିର ନିବେଶ ହୋଇଛି । ଆମର ଷ୍ଟାର୍ଟ ଅପ୍ ପଲିସି ଦେଶର ଶ୍ରେଷ୍ଠ ପଲିସି ଭାବେ ପରିଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଭିନ୍ନ ସେକ୍ଟରରେ ଥିବା ସୁଯୋଗ ଯୁବକମାନେ ନେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବ୍ୟବସାର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.