ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ କୋଭିଡ ଟେଷ୍ଟିଂ , ଗଂଜାମରେ ସର୍ବାଧିକ, ଜିଲ୍ଲାରେ ସୁଧୁରୁଛି ସ୍ଥିତି

ଭୁବନେଶ୍ୱର : କୋଭିଡ-୧୯ ପରୀକ୍ଷଣ ମାମଲାରେ ଆଗେଇ ଚାଲିଛି ଓଡିଶା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ ରାଜ୍ୟରେ ଏ ଯାଏଁ ୧୧ ଲକ୍ଷ ୭୨ ହଜାର ୪୨୬ ଜଣଙ୍କ ନମୁନା ପରୀକ୍ଷଣ କରାଯାଇଛି । ଅଧିକ ଟେଷ୍ଟିଂ କରୁଥିବା ଦେଶର କିଛି ହାତ ଗଣତି ରାଜ୍ୟ ମଧରେ ସାମିଲ ଅଛି ଓଡିଶା । କୋରେ।।ନା ମୁକାବିଲା ପାଇଁ ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତର ୬ ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ କରାଯାଇଛି । ଗୁରୁବାର ଦିନ ତ ରେକର୍ଡ ୫୬ ହଜାର ୪୭୯ କୋରୋନା ଟେଷ୍ଟ୍ କରାଯାଇଛି । ଏଥିମଧ୍ୟରୁ ୪୪ ହାର ୯୫୦ ଜଣଙ୍କ ଆଂଟିଜେନ୍ ,୧୧ ହଜାର ୩୫୮ ଜଣଙ୍କର ଆରଟିପିସିଆର୍ ଟେଷ୍ଟ ଓ ୧୭୧ଟି ଟ୍ରୁନଟ୍ ଟେଷ୍ଟ୍ ହୋଇଛି । ଗୁରୁବାର ଗଂଜାମ ଜିଲ୍ଲାରେ ସବା ର୍ଧିକ ୭ ହଜାର ୯୫୫ ଟେଷ୍ଟ କରାଯାଇଛି ।

ଅଗଷ୍ଟ ୧୫ ତାରିଖରେ ରାଜ୍ୟରେ ପ୍ରଥମ ଥର ପାଇଁ ଦିନକରେ ୫୦ ହଜାରରୁ ଅଧିକ କୋଭିଡ ନମୁନା ପରୀକ୍ଷଣ କରାଯାଇଥିଲା । ସେହି ଦିନ ମୋଟ ୫୨ ହଜାର ୭୯୫ ଜଣଙ୍କ ଟେଷ୍ଟିଂ ହୋଇଥିଲା । ଅଗଷ୍ଟ ୧୬ରେ ଏହି ସଂଖ୍ୟା ଥିଲା ୫୦ ହଜାର ୪୨୦ । ଅଗଷ୍ଟ ୧୭ ତାରିଖରେ ୫୦ ହଜାର ୫୨୫ ଜଣଙ୍କ ଟେଷ୍ଟ୍ ହୋଇଥିଲା ବେଳେ ୧୮ ତାରିଖରେ ଏହି ସଂଖ୍ୟା ଥିଲା ୫୩ ହଜାର ୧୫ । ଅଗଷ୍ଟ ୧୯ ତାରିଖରେ ରାଜ୍ୟରେ ୫୩ ହଜାର ୪୭୮ ଜଣଙ୍କ ନମୁନା ପରୀକ୍ଷଣ ହୋଇଥିଲା । ଟେଷ୍ଟିଂ ବୃଦ୍ଧି ହୋଇଥିବାରୁ ରାଜ୍ୟର ଡାକ୍ତର ଓ ଅନ୍ୟ କୋରୋନା ଯୋଦ୍ଧାଙ୍କୁ ଭୂୟସୀ ପ୍ରଶଂସ।। କରିଛନ୍ତି ।

କୋରୋନା ପ୍ରଭାବିତ ଗଂଜାମ ଜିଲ୍ଲାରେ ମଧ୍ୟ ସର୍ବାଧିକ ଟେଷ୍ଟିଂ ହୋଇଛି । ରାଜ୍ୟର କୋରୋନା ହଟବେଡ୍ ପାଲଟିଥିବା ଏହି ଜିଲ୍ଲା୍‌ର ପ୍ରଶାସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କଠାରୁ ଦୃଢ ସମର୍ଥନ ପ୍ରାପ୍ତ ହୋଇ ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଛନ୍ତି । ଅଧିକ ଟେଷ୍ଟିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ଗଂଜାମ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ହୋଇଛି । ଜିଲ୍ଲାରେ ଗତ କିଛି ଦିନ ହେବ ବୃଦ୍ଧି ପାଇଛି ଟେଷ୍ଟିଂ ହାର । ଗତ କିଛି ଦିନରେ ଜିଲ୍ଲାରେ ୫ ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି । ଗଂଜାମ ଜିଲ୍ଲାରେ ୧୯ ତାରିଖ ସୁଦ୍ଧା ୧ ଲକ୍ଷ ୪୨ ହଜାର ୨୫୧ ଟେଷ୍ଟିଂ ହୋଇଛି । ରାଜ୍ୟ ସରକାରଙ୍କ ସହେଯାଗରେ ଜିଲ୍ଲା ପ୍ରଶାସନ ଏକାଧିକ ନିୟନ୍ତ୍ରଣମୂଳକ ପଦକ୍ଷେପ ନେଉଥିବାରୁ ଜିଲ୍ଲାରେ ପଜିଟିଭ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଦିନେ ଗଂଜାମ ଜିଲ୍ଲା ଆକ୍ରାନ୍ତଙ୍କ ଦିନିକିଆ ତାଲିକାରେ ଶୀର୍ଷରେ ଥିଲା । କିନ୍ତୁ ଏବେ ପରିସ୍ଥିତି ସୁୁଧୁରିବାରେ ଲାଗିଛି ।

ରାଜ୍ୟରେ ଗତ ସପ୍ତାହରେ କୋରୋନା ପଜିଟିଭଙ୍କ ସଂଖ୍ୟା ୫୦ ହଜାର ପାର କଲା ପରେ ନିୟମିତ ଅଧିକରୁ ଅଧିକ ଟେଷ୍ଟିଂ ଓ ଟ୍ରିଟମେଂଟ୍ ଉପରେ ଗୁରୁତ୍ୱାରୋପ କରିଥିଲେ ରାଜ୍ୟ ସରକାର । ଦିନକୁ ୫୦ ହଜାରରୁ ଅଧିକ ଟେଷ୍ଟିଂ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ହସପିଟାଲ୍ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟିଂ ବଢାଇବାକୁ ସବୁ ଜିଲ୍ଲାପାଳଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତ ଶନିବାର ଠାରୁ ରାଜ୍ୟରେ ଟେଷ୍ଟିଂ ବୃଦ୍ଧି ପାଇଛି । ଗତ ଜୁଲାଇ ମାସରେ ଦିନକୁ ମାତ୍ର ୯ ହଜାରରୁ ୧୨ ହଜାର ଟେଷ୍ଟିଂ ହେଉଥିଲା । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ସାରା ରାଜ୍ୟରେ ଏବେ ଅଧିକ କୋଭିଡ ନମୁନା ପରୀକ୍ଷଣ କରାଯାଉଛି । ଗଂଜାମ ପରେ ଖୋର୍ଧା, କଟକ, ମୟୂରଭଂଜ ଭଳି ଜିଲ୍ଲାଗୁଡିକରେ ମଧ୍ୟ ଅଧିକ ଟେଷ୍ଟିଂ କରାଯାଉଛି ।

Comments are closed.