ନୂଆ ପଜିଟିଭ ତାଲିକା : ଗଂଜାମ ଜିଲ୍ଲାରେ ନିମ୍ନଗତି ଜାରି, ପୁଣି ଶୀର୍ଷରେ ଖୋର୍ଧା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୨ ହଜାର ୬୯୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୬୭୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଲୋକାଲ କଂଟାକ୍ଟ କେସ ହେଉଛି ୧ ହଜାର ୨୩ ।

ସବୁଠାରୁ ବଡ କଥା ହେଲା କିଛି ଦିନ ପରେ ଗଂଜାମ ଜିଲ୍ଲାରେ ଦିନିକିଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହରୁ ତଳକୁ ଖସିଛି, ଯାହା କି ଏକ ଶୁଭ ସଂକେତ । ଗତ ୨୪ ଘଂଟା ମଧ୍ୟରେ ଗଂଜାମ ଜିଲ୍ଲାରୁ ମାତ୍ର ୧୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ଧରି ଗଂଜାମରେ ପଜିଟିଭ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେବେ, ଖୋର୍ଧା ଜିଲ୍ଲା ଦିନିକିଆ ଆକ୍ରାନ୍ତଙ୍କ ତାଲିକାରେ ପୁଣି ଶୀର୍ଷରେ ରହିଛି । ଜିଲ୍ଲାରୁ ସର୍ବାଧିକ ୪୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି କଟକ ଜିଲ୍ଲା । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୦୭ ପଜିଟିଭ । ୧୬୨ ପଜିଟିଭଙ୍କ ସହ ଗଂଜାମ ତୃତୀୟ ସ୍ଥାନରେ ରହିଥିଲା ବେଳେ ରାୟଗଡା ଜିଲ୍ଲାରୁ ଗତ ୨୪ ଘଂଟା ମଧ୍ୟରେ ୧୫୪ ଜଣ ପଜିିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ପଜିଟିଭ ମାମଲା ହେଉଛି ୭୨ ହଜାର ୭୧୮ । ଏଥିରୁ ୨୩ ହଜାର ୬୯୯ ସକ୍ରିୟ ମାମଲା ଥିବା ବେଳେ ୪୮ ହଜାର ୫୭୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Comments are closed.