ଜାଡରେ ଥରୁଛି ଓଡିଶା, ଆଗାମୀ ୫ ଦିନ ଜାରି ରହିବ ଶୀତ ପ୍ରକୋପ

ଭୁବନେଶ୍ୱର- ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ୯ଟି ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ୮ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡି ରାଜ୍ୟର ଥଣ୍ଡା ସହର ହୋଇଛି । ୧୦ ଡିଗ୍ରୀ ତଳେ ସୁନ୍ଦରଗଡ, ବଲାଙ୍ଗିର, କୋରାପୁଟ, ଫୁଲବାଣୀରେ ତାପମାତ୍ରା ରହିଛି । ଫୁଲବାଣୀ ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୯ ଦଶମିକ ୫ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ୯ ଓ ସୁନ୍ଦରଗଡରେ ୧୦ ଡିଗ୍ରୀ ରହିଛି । ପାଣିପାଗ ବିଭାଗପ ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ୫ ଦିନ ପାଗ ଶୁଖିଲା ରହିବା ସହ ଶୀତର ପ୍ରକୋର ଜାରି ରହିବ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ କମ୍ ରହିବ ।

Comments are closed.