ଆସିଗଲା ତୃତୀୟ ଲହର, ଦିନକରେ ଆଉ ୩୭,୩୭୯ ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ୍ ମାମଲା ୧୮୯୨

ନୂଆଦିଲ୍ଲୀ: ଦେଶରେ ପୁଣି କରୋନାର ପ୍ରକୋପ ବଢୁଛି | ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଦେଶରେ ତୃତୀୟ ଲହର ଆସିଯାଇଥିବା ସ୍ପଷ୍ଟ ହୋଇଛି। ଗତ ୨୪ ଘଣ୍ଟାରେ ଆଉ ୩୭,୩୭୯ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୧୦ ପ୍ରତିଶତ ଅଧିକ । ଦିନକରେ କରୋନା ଯୋଗୁଁ ୧୨୪ ଜଣ ପ୍ରାଣ ହରାଇଛନ୍ତି। ଦେଶରେ ଏଯାବତ୍ କୋଭିଡ-୧୯ର ମୋଟ ମାମଲା ୩ କୋଟି ୪୯ ଲକ୍ଷ ୬୦ ହଜାର ୨୬୧କୁ ବୃଦ୍ଧି ପାଇଥିବାବେଳେ ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୨ ହଜାର ୧୪ରେ ପହଞ୍ଚିଛି ।

କରୋନାର ସକ୍ରିୟ ମାମଲା ବର୍ତ୍ତମାନ ୧ ଲକ୍ଷ ୭୧ ହଜାର ୮୩୦କୁ ବୃଦ୍ଧି ପାଇଛି | ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ ମୋଟ ୩ କୋଟି ୪୩ ଲକ୍ଷ ୬୪୧୪ ଲୋକ ସୁସ୍ଥ ହୋଇଛନ୍ତି।
ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୪୬ କୋଟିରୁ ଉର୍ଦ୍ଧ୍ବ ଡୋଜ୍ ଦିଆଯାଇଛି। ଦେଶରେ ଓମିକ୍ରନ୍ ମାମଲା ବର୍ତ୍ତମାନ ୧୮୯୨କୁ ବୃଦ୍ଧି ପାଇଛି | ଏଥିମଧ୍ୟରୁ ୭୬୬ ଜଣ ସୁସ୍ଥ ହୋଇଛନ୍ତି ।

Comments are closed.