କୋରୋନାର ତୃତୀୟ ଲହର : ରାଜ୍ୟରେ ୬୮୦ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୨୬୩

ଭୁବନେଶ୍ୱର –ତୃତୀୟ ଲହର ଆସିଥିବା ନେଇ ଚର୍ଚ୍ଚା ମଧ୍ୟରେ ରାଜ୍ୟରେ କୋରୋନା ଗ୍ରାଫ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୮୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୯୭ ଓ ସ୍ଥାନୀୟ ଅଂଚଳରୁ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୧୯ ଜଣ ଶିଶୁ କିଶୋର ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୬୯, କଟକରୁ ୫୯, ସମ୍ବଲପୁରରୁ ୪୨, ବାଲେଶ୍ୱରରୁ ୩୪, ଝାରସୁଗୁଡାରୁ ୨୫, ପୁରୀରୁ ୧୫, ବରଗଡରୁ ୧୪, ନବରଙ୍ଗପୁରରୁ ୧୩, ଗଞ୍ଜାମରୁ ୧୨, ଦେବଗଡରୁ ୯, କୋରାପୁଟରୁ ୯, କେନ୍ଦୁଝରରୁ ୮, ମୟୂରଭଞ୍ଜରୁ ୮, ଯାଜପୁରରୁ ୭, ଜଗତସିଂହପୁରରୁ ୭, ସୋନପୁରରୁ ୬, ବଲାଙ୍ଗିରରୁ ୪, ଗଜପତିରୁ ୪, ନୟାଗଡରୁ ୪, କେନ୍ଦ୍ରାପଡାରୁ ୩, ଅନୁଗୁଳରୁ ୧, ଢେଙ୍କାନାଳରୁ ୧, ନୂଆପଡାରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଷ୍ଟେଟ ପୁଲରୁ ୪୨ଟି ମାମଲା ଆସିଛି ।

ରାଜ୍ୟରେ ଏ ଯାଏ ମୋଟ ୧୦ ଲକ୍ଷ ୫୬ ହଜାର ୬୬୦ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୫ ହଜାର ୨୫୫ ସୁସ୍ଥ ହୋଇସାରିଛନ୍ତି । ୨ ହଜାର ୮୮୮ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.