ଜେଇଇ ଓ ନିଟ ପାଇଁ ସାରା ରାଜ୍ୟରେ ଆଜିଠାରୁ କଟକଣା କୋହଳ, ଜାରି ହେବ ନାହିଁ ଲକଡାଉନ, ସଟଡାଉନ

ଭୁବନେଶ୍ୱର : ଜେଇଇ ଓ ନିଟ ପରୀକ୍ଷାର୍ଥୀଙ୍କ ନିର୍ବିଘ୍ନ ଯାତାୟତ ପାଇଁ ସାରା ରାଜ୍ୟରେ ଆଜିଠାରୁ ସେପଟେମ୍ବର ୭ ଏବଂ ସେପଟେମ୍ବର ୧୨ ତାରିଖରୁ ୧୪ ଯାଏଁ କୌଣସି ଲକଡାଉନ ବା ସଟଡାଉନ ହେବ ନାହିଁ ।

ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଓ ସହାୟକଙ୍କ ଯାତାୟତ ସୁବିଧା ନିମନ୍ତେ ରାଜ୍ୟ ସରକାର ଏ ନେଇ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟର ୬ଟି ସହରରେ ଜେଇଇ ଓ ନିଟ୍ ପରୀକ୍ଷା ହେବ । ପରୀକ୍ଷା କେନ୍ଦ୍ରଗୁଡିକରେ କୋଭିଟ କଟକଣା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ପରୀକ୍ଷା କେନ୍ଦ୍ରଗୁଡିକରେ ନଜର ରଖିବେ । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ବିବୃତି ଜାରି କରାଯାଇଛି ।

Comments are closed.