ଯୋବ୍ରାରେ ମହାନଦୀର ବନ୍ୟା ଜଳ ବିପଦ ସଂକେତର ନିକଟତର, ମୁଣ୍ଡଳୀରେ ପହଂଚିଲା ହୀରାକୁଦର ବନ୍ୟାଜଳ

କଟକ – କଟକ ଯୋବ୍ରାରେ ମହନଦୀର ବନ୍ୟା ଜଳ ବିପଦ ସଂକେତ ପାଖାପାଖି ପହଂଚିଛି । ଯୋବ୍ରାରେ ବିପଦ ସଂକେତ ୨୧. ୯୪ ମିଟର ଥିବା ବେଳେ ଜଳସ୍ତର ରହିଛି ୨୧,୯୦ ମିଟର । ୨୧.୭୫ ମିଟର ଉଚ୍ଚତାରେ ନିଷ୍କାସିତ ହେଉଛି ବନ୍ୟା ଜଳ । ଯୋବ୍ରା ଦେଇ ମହାନଦୀରେ ପଶୁଛି ୪ ଲକ୍ଷ ୮୯ ହଜାର ୫୦୩ କ୍ୟୁସେକ୍ ଜଳ ।

ଆଜି ବି ହୀରାକୁଦ ଜଳଭଂଡାରର ୪୬ଟି ଗେଲ୍ ଖୋଲା ହୋଇ ରହିଛି । ବାମପାଖର ୩୧ ଓ ଡାହାଣ ପାଖର ୧୫ଟି ଗେଟ୍ ଖୋଲା ହୋଇଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଜଳସ୍ତର ୬୨୭.୮୫ ଫୁଟ ରହିଛି । ଏଣେ ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ କଟକର ମୁଣ୍ଡୁଳୀରେ ପହଂଚିଛି । ୨୪ ଘଂଟାରେ ମହାନଦୀରେ ବୃୃଦ୍ଧି ପାଇଛି ୧ ଲକ୍ଷ କ୍ୟୁସେକ ଜଳ । ସକାଳ ୬ଟା ସୁ୍‌ଦ୍ଧା ୯ ଲକ୍ଷ ୭୯ ହଜାର ୭୧୫ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

Comments are closed.