ଲତା ମଙ୍ଗେସକର ଏବେ ବି ଆଇସିୟୁରେ, ପ୍ରାର୍ଥନା କରିବାକୁ ଲୋକଙ୍କୁ କହିଲେ ଡ଼ାକ୍ତର

ମୁମ୍ବାଇ: କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଏବେ ବି ଆଇସିୟୁରେ ଅଛନ୍ତି ଏବଂ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିଛନ୍ତି । କରୋନା ଓ ନିମୋନିଆରେ ଆକ୍ରାନ୍ତ ହେବା ପରେ ଭାରତ ରତ୍ନ ଲତା ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଏକ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସାଧୀନ ଅଛନ୍ତି | ଏହି ୯୨ ବର୍ଷ ବୟସ୍କା ମେଗାଷ୍ଟାରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସଦ୍ୟତମ ବୁଲେଟିନରେ ତାଙ୍କର ଚିକିତ୍ସା କରୁଥିବା ଡ଼ାକ୍ତର ପ୍ରତିତ ସାମଦାନୀ କହିଛନ୍ତି ଯେ ଲତାଜୀ ଏବେ ବି ଆଇସିୟୁରେ ଅଛନ୍ତି ଏବଂ ସେ ଯେପରି ଶୀଘ୍ର ସୁସ୍ଥ ହେବେ ସେନେଇ ଆମେ ଯଥାସମ୍ଭବ ପ୍ରୟାସ କରୁଛୁ। ତାଙ୍କ ଆରୋଗ୍ୟ ପାଇଁ ଲୋକଙ୍କୁ ପ୍ରାର୍ଥନା କରିବା ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି।

Comments are closed.