କୋରୋନା ସୁ୍‌ସ୍ଥଙ୍କ ସଂଖ୍ୟା ୨ ଲକ୍ଷରୁ ପାର, ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋରୋନା ବିରୋଧରେ ଚାଲିଥିବା ସଂଗ୍ରାମରେ ଏକ ଗୁରୁତ୍ୱର୍ଣ୍ଣ ସଫଳତା ହାସଲ କରିଛି ଓଡିଶା । ରାଜ୍ୟରେ ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି । ସେମାନଙ୍କ ତ୍ୟାଗ ଓ ନିଷ୍ଠା ବିନା ଏହି ସଫଳତା ହାସଲ ହୋଇ ନ ଥାନ୍ତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Comments are closed.