ବିଜେଡି ରାଜ୍ୟ ପରିଷଦ ବୈଠକ : ସରକାର ଓ ସଂଗଠନ ପାଇଁ ସଂଧ୍ୟା ସୁଦ୍ଧା ମତାମତ ମାଗିଲେ ନବୀନ

ଭୁବନେଶ୍ୱର- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଛି । ଏଥିରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ରାଜ୍ୟ  ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି । ବୈଠକରେ ସରକାର ଓ ଦଳୀୟ ସଂଗଠନ ପାଇଁ କାର୍ଯ୍ୟକର୍ତାମାନଙ୍କୁ ମତାମତ ମାଗିଛନ୍ତି ନବୀନ ପଟ୍ଟନାୟକ । ତୃଣମୂଳସ୍ତରରେ ଦଳକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ପରିଷଦ ବୈଠକରେ ଆଲୋଚନା ହେଉଛି ।

Comments are closed.