ଅଧିକ ତଦନ୍ତ ପାଇଁ ଯଦୁପୁରରେ ଏସଆଇଟି, ନାବାଳିକାର ମୃତଦେହ ମିଳିଥିବା ପୋଖରୀରୁ ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ

ନୟାଗଡ- ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପରେ ଅଧିକ ତଦନ୍ତ ଜାରି ରଖିଛି ଏସଆଇଟି । ନାବାଳିକା ପରୀର ମୃତଦେହ ଯେଉଁ ପୋଖରୀ ହୁଡାରୁ ମିଳିଥିଲା, ତାହାର ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଫଳରେ ଘଟଣା ପଛରେ ଥିବା ଅଧିକ ଗୁମର ଖୋଲିପାରିବ । ଏସଆଇଟି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ମାମଲାରେ ରବିବାର ଗିରଫ ହୋଇଥିବା ଅଭିଯୁକ୍ତକୁ ଧରି ଏସଆଇଟି କ୍ରାଇମ ସିନ୍ ରିକ୍ରିଏଟ କରିବ ବୋଲି ଜଣାପଡିଛି ।

Comments are closed.