ଚାନ୍ଦିପୁର ଗୁପ୍ତଚର ମାମଲା : ଅଭିଯୁକ୍ତଙ୍କୁ ଜେରା ବେଳେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ବାଲେଶ୍ୱର – ଚାନ୍ଦିପୁର ଡିଆରଡିଓରୁ ସମ୍ବେଦନଶୀଳ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ୍ ସ୍ପେଶାଲ ଟିମ୍ ଜେରା ବେଳେ ଚାଂଚଲ୍ୟକର ସୂଚନା ମିଳିଛି । ପାକିସ୍ତାନରୁ ୟୁପି ଦେଇ ଓଡିଶାକୁ ପଇସା ଆସୁଥିଲା ଜଣାପଡିଛି । ପାକିସ୍ତାନୀ ଏଜେଣ୍ଟଙ୍କ ସହ ଗୁପ୍ତଚରମାନେ କିଭଳି ସଂପର୍କ ସ୍ଥାପନ କଲେ, ସେ ନେଇ ଅଧିକ ଖୋଳତାଡ କରୁଛି କ୍ରାଇମବ୍ରାଂଚ୍ । ଟଙ୍କା କାରବାର ବାବଦରେ ମଧ୍ୟ ଅନେକ ସୂଚନା ମିଳିଥିବା କୁହାଯାଇଛି । ଉତ୍ତର ପ୍ରଦେଶରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କ ଜରିଆରେ ଟଙ୍କା ଚାନ୍ଦିପୁର ଗୁପ୍ତଚରଙ୍କ ପାଖକୁ ଆସିଥିବା କୁହାଯାଉଛି । ବାଲେଶ୍ୱରରେ ଥିବା କିଛି ବାଂଲାଦେଶୀ ଶରଣାର୍ଥୀ ପାକିସ୍ତାନର ସ୍ଲିପର ସେଲ୍ ଭଳି କାମ କରୁଥିବା ସନ୍ଦେହ କରୁଛି କ୍ରାଇମବ୍ରାଂଚ୍ ।

Comments are closed.